ଟିଟିଲାଗଡ ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଉପଜିଲ୍ଲାପାଳଙ୍କ ଦ୍ଵାରା ଅଗ୍ରାହ୍ୟ

0
43

ଟିଟିଲାଗଡ଼,୦୬/୦୩/୨୦୨୫,(ଜେଏନ୍ଏସ୍) : ଟିଟିଲାଗଡ ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଦିଆଯାଇଥିବା ଆବେଦନକୁ ଉପଜିଲ୍ଲାପାଳ ରେହାନ ଖତ୍ରୀ ଅଗ୍ରାହ୍ୟ କରିଛନ୍ତି । ଏହାକୁ ନେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ବିଭାଗୀୟ ପତ୍ର ସଂଖ୍ୟା ୧୪୫୫/୦୬/୦୩/୨୦୨୫ ମାଧ୍ୟମରେ ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବ୍ଲକ ଅଧ୍ୟକ୍ଷାଙ୍କୁ ଜଣାଇ ଦିଆଯାଇଛି । ବ୍ଲକ ରାଜନୀତିକୁ ନେଇ ଶାସକ ବିଜେପି ଓ ବିଜେଡ଼ି ଦଳ ମଧ୍ୟରେ ତିକ୍ତତା ଚରମ ସୀମା ଅତିକ୍ରମ କରିଥିବା ବେଳେ କିଛି ବିଜେପି ସମର୍ଥିତ ସଭ୍ୟ ଗତ ଫେବୃଆରୀ ୧୭ ତାରିଖରେ  ଉପଜିଲ୍ଲାପାଳଙ୍କ ଠାରେ ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଆବେଦନ କରିଥିଲେ । ଆବେଦନ ପରେ ଉପଜିଲ୍ଲାପାଳ ଏହାର ବିଭିନ୍ନ ଦିଗକୁ ତର୍ଜମା କରିଥିଲେ । ସୁର୍ଡା ସମିତି ସଭ୍ୟ କମଲେସ ସୁନା ଭୁଲବଶତଃ ଦସ୍ତଖତ ଦେଇଥିବା ଓ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରୁନଥିବା ନେଇ ଲିଖିତ ଭାବରେ ଉପ ଜିଲ୍ଲାପାଳଙ୍କୁ ଜଣାଇଥିଲେ ।ଏଥିସହ ଆବେଦନକାରୀଙ୍କ ଦସ୍ତଖତ ଯାଞ୍ଚ ସମୟରେ ଦସ୍ତଖତ ମେଳ ଖାଉ ନ ଥିବା ଜଣାପଡିଥିଲା । ବ୍ୟକ୍ତିଗତ ଭାବରେ ମଧ୍ୟ କିଛି ସଦସ୍ୟ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅନାସ୍ଥା ପ୍ରତି ତାଙ୍କ ସମର୍ଥନ ନ ଥିବା ଜଣାଇଥିଲେ । ସମସ୍ତ ଦିଗକୁ ବିଚାରକୁ ନେଇ ଉପ ଜିଲ୍ଲାପାଳ ଏହି ଆବେଦନ ଅଗ୍ରାହ୍ୟ କରିଥିବା ବିଭାଗୀୟ ପତ୍ର ମାଧ୍ୟମରେ ଜଣାଇଛନ୍ତି । 

LEAVE A REPLY

Please enter your comment!
Please enter your name here