ଜିଲ୍ଲା ସ୍ତରୀୟ ଶ୍ରମିକ ସହାୟତା ବଣ୍ଟନ ଶିବିର ।

0
40

ଟିଟିଲାଗଡ଼,୦୬/୦୩/୨୦୨୫,(ଜେଏନ୍ଏସ୍) : ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଶ୍ରମବିଭାଗ ପକ୍ଷରୁ ସ୍ଥାନୀୟ ପୌର କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ସ୍ତରୀୟ ବିଭିନ୍ନ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନସ୍ତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି, ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ, ଉପଜିଲ୍ଲାପାଳ ରେହାନ୍ ଖେତ୍ରୀ, ଜିଲ୍ଲା ଶ୍ରମଅଧିକାରୀ ସୁକାନ୍ତ ସେଠି, ଆକ୍ସନ ଏଡ୍ ସଂଯୋଜକ ମୁରଲୀ ଚରଣ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶ୍ରମିକଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ନିର୍ମାଣଧିନ ଶ୍ରମିକ ଯୋଗଦେଇଥିଲେ। ଅତିଥିଙ୍କ ଦ୍ଵାରା ଶ୍ରମିକଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି, ଶିକ୍ଷା ସହାୟତା ରାଶି, ବିବାହ କାଳୀନ ସହାୟତା ରାଶି, ଶ୍ରମ କାର୍ଡ ଆଦି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here