ଚୋରି ବାଇକ ଉଦ୍ଧାର ୨ ଅଭିଯୁକ୍ତ ଗିରଫ

0
38

ଟିଟିଲାଗଡ଼,୧୨/୦୩/୨୦୨୫,(ଜେଏନ୍ଏସ୍ ବ୍ୟୁରୋ) : ଟିଟିଲାଗଡ଼ ଥାନା ଅନ୍ତର୍ଗତ କୁମୁଡ଼ି ପଦର ଗ୍ରାମରୁ ଚୋରି ହୋଇଥିବା ଏକ ବାଇକକୁ ପୁଲିସ ଉଦ୍ଧାର କରିବା ସହ ୨ ଅଭିଯୁକ୍ତକୁ ଗିରଫକରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ ଗତ ଫେବୃଆରୀ ୧୩ ତାରିଖରେ କୁମୁଡ଼ିପଦର ନିବାସୀ ଟଙ୍କଧର ବଗର୍ତ୍ତିଙ୍କ ବାଇକ ତାଙ୍କ ଘର ସମ୍ମୁଖରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୁଲିସ ଥାନା କେସ ନଂ ୫୮/୨୦୨୫ ଅନ୍ତର୍ଗତ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ବୁଧବାର ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚାହାରଭଟ୍ଟା ଗ୍ରାମର କୃଷ୍ଣଚନ୍ଦ୍ର ମହାନନ୍ଦ ଘରୁ ପୁଲିସ ଚୋରି ବାଇକ ଜବତ କରିବା ସହ ସଂପୃକ୍ତ ଅଭିଯୁକ୍ତ ପ୍ରଶାନ୍ତ ମହାନନ୍ଦ ଓ ସହଯୋଗୀ ସଞ୍ଜୟ ସାହୁକୁ ଗିରଫ କରିଥିଲା । ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ସୂଚନା ମିଳିଛି । 

LEAVE A REPLY

Please enter your comment!
Please enter your name here