ମୁକେଶ ଜୈନଙ୍କ ଘର ବାହୁଡ଼ା

0
40

ଟିଟିଲାଗଡ଼,୧୫/୦୩/୨୦୨୫,(ଜେଏନ୍ଏସ୍) : ପୂର୍ବତନ ବିଜେପି ବଲାଙ୍ଗୀର ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ ବିଜେଡି ଛାଡ଼ି ବିଜେପିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପାଟଣାଗଡ଼ ଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ,  ସାଂସଦ ସଙ୍ଗୀତା ସିଂଦେଓ  ଓ ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରାଙ୍କ ଉପସ୍ଥିତିରେ ଶ୍ରୀ ଜୈନ ନିଜ ସମର୍ଥକଙ୍କ ସହ ପୁଣି ବିଜେପିକୁ ଫେରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ବିଜେପିର ତୃଣମୂଳ ସ୍ତରର ନେତା ଶ୍ରୀ ଜୈନ ଗତ ବିଧାନସଭା ନିର୍ବାଚନରେ ଟିକେଟ ଆଶାୟୀ ଥିବା ବେଳେ ଦଳ ତାଙ୍କୁ ନିରାଶ କରିବା ଫଳରେ ସେ ବିଜେଡିରେ ଯୋଗ ଦେଇଥିଲେ । ଜିଲ୍ଲା ସଭାପତି ଶ୍ରୀ ବେହେରା ତାଙ୍କୁ  ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ଵାଗତ କରିଥିଲେ । ମୁକେଶଙ୍କ ପ୍ରତ୍ୟାବର୍ତ୍ତନ ଦଳକୁ ଆହୁରି ମଜବୁତ କରିବା ନେଇ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । 

LEAVE A REPLY

Please enter your comment!
Please enter your name here