ସାଂସଦ ଓ ବିଧାୟକ କୋଶଲ ରାଜ୍ୟ ଗଠନ ପାଇଁ ପ୍ରସ୍ତାବ ଅଣିବାକୁ ଆହ୍ୱାନ

0
60

ବଲାଙ୍ଗୀର,୧୭/୦୩/୨୦୨୫,(ଜେଏନଏସ): ସ୍ଥାନୀୟ ଯାଦବ ଭବନ ପରିସରରେ କୋଶଲ୍ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ସମ୍ବିଧାନର ଧାରା ୩ ଅନୁଯାୟୀ କୋଶଳାଞ୍ଚଳକୁ ଏକ ସ୍ୱତନ୍ତ୍ରରାଜ୍ୟ ଗଠନ କରିବାକୁ ପାର୍ଲାମେଣ୍ଟ ଓ ବିଧାନସଭାରେ ପ୍ରସ୍ତାବ ଆଣିବାକୁ କୋଶଲରାଜ୍ୟ ସମନ୍ୱୟସମିତି ଆହ୍ୱାନ ଦେଇଛି । ଆଞ୍ଚଳିକ ବୈଷମ୍ୟରୁ ମୁକ୍ତ ହୋଇ କୋଶଲାଞ୍ଚଳର ୧୦ଟି ଜିଲ୍ଲାର ବିକାଶ ପାଇଁ ଏହି ଅଞ୍ଚଳର ସମସ୍ତ ରାଜନୈତିକ ଦଳର ସାଂସଦମାନେ ପାର୍ଲାମେଣ୍ଟରେ ଓ ବିଧାୟକଗଣ ବିଧାନସଭାରେ ପ୍ରସ୍ତାବ ଆଣନ୍ତୁ ବୋଲି ସମିତି ଅଧ୍ୟକ୍ଷ ପ୍ରମୋଦ ମିଶ୍ର ଆହ୍ୱାନ ଦେଇଛନ୍ତି । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କିଛିଦିନ ପୂର୍ବରୁ କୋଶଲକୁ ନେଇ ଦେଇଥିବା ମନ୍ତବ୍ୟକୁ ସମିତି ପକ୍ଷରୁ ସ୍ଵାଗତ କରାଯାଇଛି । ସ୍ୱର୍ଗତ ଅଟଳ ବିହାରୀ ବାଜପାୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ୩ଟି ନୂତନ ରାଜ୍ୟ ଗଠିତ ହୋଇଥିଲା । ଭାଜପା ସବୁବେଳେ ଛୋଟରାଜ୍ୟ ଗଠନ ସପକ୍ଷରେ ବୋଲି ଭାଜପାର ଶୀର୍ଷ ନେତୃତ୍ୱଗଣ କହିଆସୁଛନ୍ତି । ତେଣୁ ଲୋକଙ୍କୁ ଉଚିତ ଶାସନ ଓ ନ୍ୟାୟ ଯୋଗାଇବାକୁ କୋଶଳରାଜ୍ୟ ଗଠନ କରାଯାଉ ବୋଲି କୋଶଲରାଜ୍ୟ ସମନ୍ୱୟ ସମିତି ଦାବି କରିଛି । ଏବେ କୋଶଳାଞ୍ଚଳରୁ ଦୁଇଜଣ କେନ୍ଦ୍ରମନ୍ତ୍ରୀ, ଜଣେ ଉପମୁଖ୍ୟମନ୍ତ୍ରୀ ତଥା ଅନେକ କ୍ୟାବିନେଟ ମନ୍ତ୍ରୀ କ୍ଷମତାରେ ରହିଛନ୍ତି । ସେମାନେ କୋଶଲ ରାଜ୍ୟ ପ୍ରସଙ୍ଗ ଉଠାନ୍ତୁ ବୋଲି ଶ୍ରୀ ମିଶ୍ର ଆହ୍ୱାନ ଦେଇଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ପ୍ରମୋଦ ବାଗ, ରବିନାରାୟଣ ମିଶ୍ର, ରଣରାଜ ସିଂଦେଓ, ପ୍ରଭାସ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। 

LEAVE A REPLY

Please enter your comment!
Please enter your name here