ଅଗ୍ନିବୀର ଯୋଜନା ମାଧ୍ୟମରେ ସମ୍ବଲପୁର ଠାରେ ଆର୍ମି ନିଯୁକ୍ତି ପଞ୍ଜୀକରଣ ଆରମ୍ଭ ।

0
54

ଟିଟିଲାଗଡ଼,୨୧/୦୩/୨୦୨୫,(ଜେଏନଏସ): ଅନୁଗୁଳ, ବରଗଡ, ବଲାଙ୍ଗିର, ଢେଙ୍କାନାଳ, ଦେବଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁବର୍ଣପୁର ଓ ସୁନ୍ଦରଗଡ ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀଙ୍କ ନିମନ୍ତେ ଅଗ୍ନିବୀର ଯୋଜନା ମାଧ୍ୟମରେ ଆର୍ମି ନିଯୁକ୍ତି ପଞ୍ଜୀକରଣ ଆରମ୍ଭ ହୋଇଛି । ଏହି ଆର୍ମି ନିଯୁକ୍ତି ପଞ୍ଜୀକରଣ ମାର୍ଚ୍ଚ ମାସ ୧୨ ତାରିଖ ଠାରୁ ଅପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥି ନିମନ୍ତେ ପ୍ରାର୍ଥୀମାନଙ୍କୁ ୨୫୦ ଟଙ୍କା ଫି ଦେୟ ପଡିବ ।  ମାନଦଣ୍ଡ , ଶିକ୍ଷାଗତ ଯୋଗ୍ୟତା ଏବଂ ଅନଲାଇନ ପରୀକ୍ଷା ଅନୁସାରେ ପ୍ରାର୍ଥୀମାନେ ନିଯୁକ୍ତି ପାଇବେ । ରାଲି ବିଜ୍ଞାପନ ଜଏନ୍ ଇଣ୍ଡିଆନ ଆର୍ମି ୱେବସାଇଟ www.joinindianarmy.nic.in ଦେଖିପାରିବେ । ଆବେଦନ କରିବା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ ଅଟେ । ଅନଲାଇନ ରେଜିଷ୍ଟ୍ରେସନ ଅପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଖୋଲାରହିବ । ଆର୍ମି ନିଯୁକ୍ତି ରାଲି ଆରମ୍ଭ ହେବାର ଯଥେଷ୍ଟ ପୂର୍ବରୁ ପ୍ରାର୍ଥୀମାନଙ୍କ ପଞ୍ଜିକୃତ ଇ–ମେଲରେ ଏଡମିଟ କାର୍ଡ ପ୍ରେରଣ କରାଯିବ ବୋଲି ସମ୍ବଲପୁର ଏ.ଆର୍.ଓ. ଜଣାଇଛନ୍ତି । ପ୍ରାର୍ଥୀମାନଙ୍କ କୌଣସି ଅସୁବିଧା ନିମନ୍ତେ ୦୬୬୩-୨୫୨୦୮୪୫ ନମ୍ବରରେ ଯୋଗାଯୋଗ କରିପାରିବେ ।

LEAVE A REPLY

Please enter your comment!
Please enter your name here