ବେଆଇନ ବାଲି ଚାଲାଣ ବେଳେ ହାଇୱା ଜବତ

0
36

ଟିଟିଲାଗଡ଼, ୨୮/୦୩/୨୦୨୫(ଜେ.ଏନ୍.ଏସ୍.): ବେଆଇନ ବାଲି ଚାଲାଣ ହେଉଥିବା ବେଳେ ଟିଟିଲାଗଡ଼ ତହସିଲଦାର ଓ ରାଜସ୍ୱ ନୀରିକ୍ଷକ ଏକ ହାଇୱା କ୍ରମିକ ନଂ ଓ ଡି ୦୮ୱାଇ ୪୮୦୦ କୁ ଜବତ କରି ଟିଟିଲାଗଡ଼ ଥାନାରେ ଜିମାଦେଇଛନ୍ତି । ସୂଚନା ଅନୁଯାୟୀ ବାଲି ବୋଝେଇ ହାଇୱା ମାର୍ଲାଡ୍ ଘାଟ ନିକଟ ରାସ୍ତାରେ ଆସୁଥିବା ବେଳେ ପରିବହନ ପାଇଁ କୌଣସି ବୈଧ ପାସ ନ ଥିବା ଜଣା ପଡ଼ିଥିଲା । ଘଟଣାକୁ ନେଇ ଟିଟିଲାଗଡ଼ ଥାନା ରେ ଏକ ମାମଲା ରୁଜୁ କରାଯିବ ବୋଲି ଜିଲ୍ଲା ଖଣି ଅଧିକାରୀ ଚନ୍ଦ୍ରଚୁଡ଼ ମହନ୍ତ ସୂଚନା ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here