ସହରର ଉପାନ୍ତରେ ଜମୁଛି ଜୁଆଖେଳ

0
39

ଟିଟିଲାଗଡ଼, ୨୮/୦୩/୨୦୨୫(ଜେ.ଏନ୍.ଏସ୍.):  ଟିଟିଲାଗଡ ସହର ଉପାନ୍ତରେ ନିୟମିତ ଜୁଆ ଖେଳର ଆସର ଜମୁଥିବା ଦେଖିବାକୁ ମିଳିଛି । ସହରର ଏମ.ସି.ଏଚ୍. ରାସ୍ତା ନିକଟରେ ଏବଂ ସହର ମଧ୍ୟରେ ସର୍ଗିଗୁଡ଼ା, ମେହେର ପଡ଼ା, ଓ ଅଶୋକ ନଗର ଠାରେ ନିୟମିତ ଭାବରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜୁଆ ଖେଳର ଆସର ଜମୁଥିବା ଦେଖିବାକୁ ମିଳିଛି । କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ଏହି ଜୁଆ ଖେଳ ଚଳାଉ ଥିବାବେଳେ ଏମାନଙ୍କ ଠାରୁ ସୁରକ୍ଷା ବାବଦରେ ନିର୍ଭରଶିଳ ପ୍ରତିଶୁତି ପାଇ ସହରର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଏହି ଖେଳରେ ସାମିଲ ହେଉଥିବା ଦେଖା ଯାଇଛି । ଖେଳ ଆରମ୍ଭ ପୂର୍ବରୁ ଏହି କାର୍ଯ୍ୟରେ ନିୟୋଜିତ କିଛି ଯୁବକ ରାସ୍ତାରେ ପହରା ଦେଇ କୌଣସି ଅପ୍ରତ୍ୟାଶିତ ଓ ସନ୍ଦେହ ଜନକ ସ୍ଥିତି ଉପରେ ନଜର ରଖୁଥିବା ଏବଂ କୌଣସି ସନ୍ଦେହ ହେଲେ ସଙ୍ଗେ ସଙ୍ଗେ ଜୁଆରୀଙ୍କୁ ସତର୍କ କରାଉଥିବା ସୂଚନା ମିଳିଛି । ସହର ଉପାନ୍ତ ଅଞ୍ଚଳକୁ ଜୁଆ ଖେଳ ଚଳାଉଥିବା ବ୍ୟକ୍ତି ବିଶେଷ ସୁରକ୍ଷିତ ସ୍ଥାନ ମଣୁଥିବା ବେଳେ ପୁଲିସର ଦୃଷ୍ଟି ଗୋଚର ନ ହେବା ସ୍ଥାନୀୟ ବାସିନ୍ଦାଙ୍କ ସାମାଜିକ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here