ବଙ୍ଗୋମୁଣ୍ଡା ଓକିଲ ସଂଘ ନିର୍ବାଚନ ସୁଧା ସଭାପତି, କୈଳାଶ ସମ୍ପାଦକ ନିର୍ବାଚିତ

0
35

ଟିଟିଲାଗଡ଼,୩୦.୦୩.୨୦୨୫(ଜେ.ଏନ୍.ଏସ୍.), ଚଳିତ ବର୍ଷ ପାଇଁ ବଙ୍ଗୋମୁଣ୍ଡା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଆଇନଜୀବୀ ବେଦାନ୍ତ ସାହୁ ନିର୍ବାଚନ ଅଧିକାରୀ ଭାବରେ ଦାୟିତ୍ଵ ନିର୍ବାହକରି ନିର୍ବାଚନ ପରିଚାଳନା କରିଥିଲେ । ବରିଷ୍ଠ ଆଇନଜୀବୀ ସୁଧା ଦାସ ସଭାପତି, ପ୍ରଦୀପ ଶର୍ମା ଉପସଭାପତି, କୈଳାସ ବିଶ୍ଵାଳ ସମ୍ପାଦକ, ବୁଦ୍ଧଦେବ ଭରାସଗ୍ରିଆ ଓ ହେମନ୍ତ ନାୟକ ଯୁଗ୍ମ ସମ୍ପାଦକ, ଗ୍ରନ୍ଥାଗାର ସମ୍ପାଦକ ଦିନେଶ ତାଣ୍ଡି ଏବଂ କୋଷାଧକ୍ଷ ଭାବରେ ଯୁବ ଆଇନଜୀବୀ ସନ୍ତୋଷ ପୁରୋହିତ ନିର୍ବାଚିତ ହୋଇଛନ୍ତି । ସେହିପରି ସଂଘର କାର୍ଯକାରୀ ସଦସ୍ୟ ଭାବରେ ବରିଷ୍ଠ ଆଇନଜୀବୀ ଭବାନୀ ରାଓ, ରାଜୁ କୁମ୍ଭାର, ନଳୀନ ମେହେର, ମିତ୍ରଭାନୁ ମେହେର, ଜୟସ୍ୱାଲ ମେହେର, ବେଦାନ୍ତ ସାହୁ, ମନ୍ଦାକିନୀ ତାଣ୍ଡି, ପଦ୍ମଲୋଚନ ସାହୁ, ସୁବାସ ମହାନନ୍ଦ, ସୁନିଲ ପଟେଲ, ସୌଦାଗର ସାହୁ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ଅଞ୍ଚଳବାସୀଙ୍କୁ ଉତ୍କୃଷ୍ଟ ଆଇନ ସେବା ଯୋଗାଇଦେବାକୁ ସଂଘ ପକ୍ଷରୁ ପ୍ରାଥମିକତା ଦିଆଯିବା ନେଇ ସଭାପତି ଶ୍ରୀ ଦାସ ଉଲ୍ଲେଖ କରିଛନ୍ତି । 

LEAVE A REPLY

Please enter your comment!
Please enter your name here