ଟିଟିଲାଗଡ଼,୩୦.୦୩.୨୦୨୫(ଜେ.ଏନ୍.ଏସ୍.), ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି।ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ତାତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ତେରାପନ୍ଥ ମହିଳା ମଣ୍ଡଳର ଅଧ୍ୟକ୍ଷା ବବି ଜୈନ ମୁଖ୍ୟ ଅତିଥି, ବିଦ୍ୟାଳୟର ଅଧ୍ୟକ୍ଷ ଜ୍ୟୋତିପ୍ରକାଶ ଗଡ଼ତ୍ୟା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହି ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଶୋଭାଯାତ୍ରାରେ ପୌରପରିଷଦର ଅଧ୍ୟକ୍ଷା ମମତାଦେବୀ ଜୈନ ଅଂଶ ଗ୍ରହଣ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ରାଷ୍ଟ୍ରୀୟ ନବବର୍ଷର ଏହି ଶୋଭାଯାତ୍ରାକୁ ସହରର ବିଭିନ୍ନ ଅଞ୍ଚଳରେ ଜନସାଧାରଣ ପୂର୍ଣ୍ଣକୁମ୍ଭ ସ୍ଥାପନ କରି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here