ଲକ୍ଷେଘର ଗଣ୍ଡା ସମାଜ ସଭାପତି ଘନଶ୍ୟାମ ତାଣ୍ଡିଙ୍କ ପରଲୋକ

0
57

ଟିଟିଲାଗଡ଼,୩୧.୦୩.୨୦୨୫(ଜେ.ଏନ୍.ଏସ୍.), ଟିଟିଲାଗଡ଼ ବ୍ଲକ ‘ଲକ୍ଷେଘର ଗଣ୍ଡା ସମାଜ’ ସଭାପତି ଘନଶ୍ୟାମ ତାଣ୍ଡି(୬୦)ଙ୍କ ରବିବାର ପରଲୋକ ଘଟିଛି । ସ୍ୱର୍ଗତ ତାଣ୍ଡି ଜଣେ ଦୃଢ଼ ସଂଗଠକ ଭାବରେ ବେଶ ପରିଚିତ ଥିଲେ ।’ଟିଟିଲାଗଡ଼ ଗଣ୍ଡା ସମାଜ’ର ସେ ପ୍ରତିଷ୍ଠାତା ସଭ୍ୟ ସହ ବ୍ଲକ ସଭାପତି ଭାବରେ ସଫଳତାର ସହ ଦାୟିତ୍ଵ ନିର୍ବାହ କରିଥିଲେ । ମୃତ୍ୟୁ ଶଯ୍ୟାରେ ତାଙ୍କ ଧର୍ମପତ୍ନୀ ଚନ୍ଦ୍ରକଳା, ପୁଅ ଗୌତମ, ଝିଅ ବନ୍ଦନା ପ୍ରମୁଖଙ୍କ ସହ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ସ୍ୱର୍ଗତ ତାଣ୍ଡିଙ୍କ ବିୟୋଗ ସଙ୍ଗଠନ ଓ ଗଣ୍ଡା ସମାଜ ପ୍ରତି ଅପୂରଣୀୟ କ୍ଷତି ବୋଲି ସଙ୍ଗଠନ ସମ୍ପାଦକ ଅର୍ଜୁନ ନାଗ ପ୍ରକାଶ କରିଥିବା ବେଳେ ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି । 

LEAVE A REPLY

Please enter your comment!
Please enter your name here