ଟିଟିଲାଗଡ଼ରେ ଜାତୀୟ ପଞ୍ଚାୟତ ଦିବସ ପାଳିତ

0
33

ଟିଟିଲାଗଡ଼,୨୪/୦୪/୨୦୨୫(ଜେ.ଏନ୍.ଏସ୍.), ଟିଟିଲାଗଡ଼ ବ୍ଲକ ପରିସରରେ ଜାତୀୟ ପଞ୍ଚାୟତ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣି ନାଗ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ  ବିଧାୟକ ନବିନ ଜୈନ ମୁଖ୍ୟଅତିଥି, ଉପଜିଲ୍ଲାପାଳ ରେହାନ ଖତ୍ରୀ, ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ମନରେଗାରେ ସର୍ବାଧିକ ଶ୍ରମ ଦିବସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଶ୍ରମିକଙ୍କୁ ସର୍ବାଧିକ କାର୍ଯ୍ୟ ଯୋଗାଇଥିବା ମହୁଲପଡ଼ା ସରପଞ୍ଚ ଉର୍ବଶୀ ଘିଭେଲା, ଶଗଡ଼ଘାଟ ଚଞ୍ଚଳା ସାହାଣୀ, ବିଜେପୁର ସରପଞ୍ଚ ହୃଷୀକେଶ ବାଗ, ସୁରଡ଼ା ସରପଞ୍ଚ ଚିନ୍ତାମଣି ସୁନା, ଦିଗଶିରା ସରପଞ୍ଚ ବୈଦେହୀ ମହାନନ୍ଦ ଏବଂ ଖୋଲାଣ ସରପଞ୍ଚ ନରେଶ କୁମାର ଅଗ୍ରୱାଲଙ୍କୁ ଅତିଥି ବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ନୂତନ ହିତାଧିକାରୀଙ୍କୁ ମୁଖ୍ୟଅତିଥି ରାସନ କାର୍ଡ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ଏଓ ରାଜକିଶୋର ସେଠ, ଏସ୍.ଓ ବିଭୁତି ସେଠ, ଏମ୍.ଆଇ ଚନ୍ଦ୍ରଶେଖର ନାୟକ, ଡବ୍ଲୁଇଓ ଦେବାଶିଷ ମିଶ୍ର, ଓଏଲଏମ ବିକାଶ ସାହୁ, କୈଳାଶ ସାହୁ, ଶେଖ କମର ଅଞ୍ଜୁମ, ଜେଏ ସୁମନ କଲ୍ୟାଣ ରଣା, ଡ଼ିଇଓ ହରେକୃଷ୍ଣ ସ୍ୱାଇଁ, ଏପିଓ ଶୁଭ୍ରାଂଶୁ ଶେଖର ମାହାଣା, ବିପିସି ଆଲୋକ ରଞ୍ଜନ ପଧାନ, ଏସିପି ସରୋଜ ରଞ୍ଜନ କୁମ୍ଭାର, ପିଇଓ ସୁଶିଲ ମିଶ୍ର, ଲୋକନାଥ ରଣା ପ୍ରମୁଖ ଉପସ୍ଥିତ ଥିଲେ। 

LEAVE A REPLY

Please enter your comment!
Please enter your name here