ଲଜ୍ ରୁ ୨୩ କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ ୨ ଗିରଫ

0
31

ଟିଟିଲାଗଡ଼,୨୪/୦୪/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ସହର ମଧ୍ୟରେ ଗଞ୍ଜେଇ ଚୋରା ଚାଲାଣ କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଗମନାଗମନ ଦୃଷ୍ଟିରୁ ଉଭୟ ରେଳପଥ ତଥା ସଡ଼କ ପଥରେ ଟିଟିଲାଗଡ଼ ସହର ଅନ୍ୟ ରାଜ୍ୟ ସହ ସୁଗମ ସଂଯୋଗ ରହିଥିବାରୁ ଗଞ୍ଜେଇ ମାଫିଆମାନେ ଏହାକୁ ସୁରକ୍ଷିତ ସ୍ଥାନ ମଣୁଥିବା ଦେଖାଯାଇଛି । ଗୁରୁବାର ସ୍ଥାନୀୟ ଏକ ଲଜରୁ ବିହାର ଚାଲାଣ ହେବାକୁ ଥିବା ୨୩ କେଜି ୯୩୫ ଗ୍ରାମ ଗଞ୍ଜେଇ ସହ ଘଟଣାରେ ସଂପୃକ୍ତ ୨ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ ବିହାର ଖାଗରିଆ ଜିଲ୍ଲା ପର୍ବତ ଗ୍ରାମର ସୁମନ କୁମାର(୨୬) ଓ ବାଲସା ଗ୍ରାମର ରାଜୀବ କୁମାର(୨୪)ଙ୍କ ଠାରୁ ଦୁଇଟି ଏଆର ବ୍ୟାଗ୍ ରେ ଭର୍ତ୍ତି ଥିବା ୧୧ ପ୍ୟାକେଟ ଗଞ୍ଜେଇ ପୁଲିସ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ୪୦ ହଜାର ଟଙ୍କା ହେବା ନେଇ ପୁଲିସ ସୂଚନା ଦେଇଛି । ଘଟଣାକୁ ନେଇ ପୁଲିସ ଥାନାରେ ଏକ ମାମଲା ରୁଜୁ କରିବା ସହ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here