ସଇଁତଳାରେ ଜାତୀୟ ପଞ୍ଚାୟତ ଦିବସ ପାଳିତ

0
35

ସଇଁତଳା,୨୬/୦୪/୨୦୨୫(ଜେ.ଏନ୍.ଏସ୍.) ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ ଜାତୀୟ ପଞ୍ଚାୟତ ଦିବସ ପାଳିତ ହୋଇଯାଇଛି। ସଇଁତଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ମିର୍ଦ୍ଧାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ  ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ଗଦାଧର ବଗର୍ତ୍ତି ମୁଖ୍ୟଅତିଥି, ଏବିଡିଓ ଉପେନ୍ଦ୍ର ମାଝୀ ଓ ସରପଞ୍ଚ ଗଜପତି ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହି ଦିବସ ତଥା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଲେଖା ଅଧିକାରୀ ଲଛମନ ଜାନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। । ଏହି ଅବସରରେ ବ୍ଲକ ଅନ୍ତର୍ଗତ ବୁଢାବାହାଲ, ସଇଁତଲା ଓ କୁମ୍ଭାରୀ ପଞ୍ଚାୟତର ୭୦ଜଣ ନୂତନ ହିତାଧିକାରୀଙ୍କୁ ଅତିଥିବୃନ୍ଦ ରାସନକାର୍ଡ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ପର୍ଶୁରାମ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବେହେରା, କ୍ୟାସିୟର ତରୁଣାକର ଧରୁଆ, ଜିପିଡିଓ ସୁଷମା ନାୟକ, ସିପି ସୁଦର୍ଶନ ନନ୍ଦ, କନିଷ୍ଠ ଯନ୍ତ୍ରୀ ସନ୍ତୋଷ ବେହେରା, ରୋଜାଲିନ ପରିଡା, ଗୋବିନ୍ଦ ମାଝୀ, ଏପିଓ ବନଜାବାସିନୀ ଦାଶ, ଇତିଶ୍ରୀ ଦେହୁରୀ, ବିପିଏମ ସୁଧାଂଶୁ ଶେଖର ବଛା, ଝୁଲଣା ବାଗ, ପିଇଓ ରୁଦ୍ରାକ୍ଷ ଥପା, ଡିଓ ସରୋଜ ସାହୁ, ସଙ୍କୀର୍ତ୍ତନ ବଗର୍ତ୍ତି, ସତ୍ୟନାରାୟଣ ଛତ୍ରିଆ, ଅକ୍ଷୟ ସାହୁ, ଅଶୋକ ପ୍ରଧାନ, ରାଜାରାମ ଭୋଇ, ଗୋପୀ ବଗର୍ତ୍ତି, ରିଚପାଳ ଦୋରା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଯୋଗାଣ ଅଧିକାରୀ ଦିବ୍ୟଶକ୍ତି ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ । 

LEAVE A REPLY

Please enter your comment!
Please enter your name here