ଆତଙ୍କବାଦୀଙ୍କ ନରସଂହାର ପ୍ରତିବାଦରେ ହିନ୍ଦୁ ଏକତା ମଞ୍ଚର ବିକ୍ଷୋଭ ପ୍ରଦର୍ଶନ

0
35

ଟିଟିଲାଗଡ଼,୨୭/୦୪/୨୦୨୫(ଜେ.ଏନ୍.ଏସ୍.) କାଶ୍ମୀର ପହଲଗାମରେ ହିନ୍ଦୁ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଦ୍ଵାରା ହୋଇଥିବା ବର୍ବରୋଚିତ ଆକ୍ରମଣ ପ୍ରତିବାଦରେ ସ୍ଥାନୀୟ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମଞ୍ଚ ସଂଯୋଜକ ରାଜେଶ ବାବୁଙ୍କ ନେତୃତ୍ୱରେ ଶନିବାର ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରୁ ବାହାରି ଭାରତ ମାତା କି ଜୟ, ପାକିସ୍ଥାନ ମୁର୍ଦାବାଦ ଆଦି ନାରା ସହ ସହର ପରିକ୍ରମା କରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ମଞ୍ଚ ପକ୍ଷରୁ ସେଠାରେ ଆତଙ୍କବାଦୀଙ୍କ କୁଶ ପୁତ୍ତଳିକା ଦାହ କରାଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଅତିରିକ୍ତ ତହସିଲଦାର ଆଦର୍ଶ ପ୍ରୀୟଦର୍ଶନୀ ବଳଙ୍କୁ ପ୍ରଦାନ କରାଯାଇଥିଲା ।କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବିନ ଜୈନ, ଓକିଲ ସଂଘ ସଭାପତି ସଞ୍ଜୟ ବେହେରା, ପୌରାଧ୍ୟକ୍ଷା ମମତା ଜୈନ, ଆରଏସଏସ, ବିଶ୍ୱ ହିନ୍ଦୁ ପରିଷଦ, ଦୁର୍ଗା ବାହିନୀ, ବଜରଙ୍ଗ ଦଳ, ପତଞ୍ଜଳି ଯୋଗ ସମିତି ପ୍ରମୁଖ ବହୁ ସଙ୍ଗଠନର ପ୍ରତିନିଧି ସୁଦର୍ଶନ ଦାଶ, ସେବକ ଚରଣ ଦାଶ, କୃଷ୍ଣଚନ୍ଦ୍ର ବାବୁ, ଟିକେଲାଲ ବେହେରା, ଡମ୍ବରୁଧର କର୍ମୀ, ଈଶ୍ୱର ଚନ୍ଦ୍ର ଜୈନ, ମୋହନ ଲାଲ ଜୈନ, ଅରବିନ୍ଦ ପାଣିଗ୍ରାହୀ, ଲଳିତା ଲାଠ, ନନ୍ଦ ମହଲା, କ୍ଷୀରସିନ୍ଧୁ ସାହୁ, ଚିତ୍ତରଞ୍ଜନ ସାହୁ, ଲାଦେବ ପ୍ରସାଦ ଗୁପ୍ତା, ଦିଲୀପ ସାହୁ, ସନ୍ତୋଷ ମେହେର, ପ୍ରମୋଦ ଡୋଡ଼କା, କୈଳାସ ସୋନି, ବିଷ୍ଣୁ ସାହୁ, ତୀରଥ ସିଂ ଠାକୁର, ତନୟ ଠାକୁର, ଅଶୋକ ବଗର୍ତ୍ତୀ,  ନିରୁପମା ସ୍ୱାଇଁ, ଅହଲ୍ୟା ଫରିକାର, ବର୍ଷା ରଣା, ସୁନିଲ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here