ଆସନ୍ତା ୨୮ରେ ନିଶୁଳ୍କ କୃତ୍ରିମ ଅଙ୍ଗ ପ୍ରତିରୋପଣ ଶିବିର

0
35

ଟିଟିଲାଗଡ଼,୨୭/୦୪/୨୦୨୫(ଜେ.ଏନ୍.ଏସ୍.) ଟିଟିଲାଗଡ଼ ମାରୱାଡି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖା ପକ୍ଷରୁ ଆସନ୍ତା ୨୮ ତାରିଖରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ଠାରେ ଦ୍ଵି-ଦିବସୀୟ ନିଶୁଳ୍କ କୁତ୍ରିମ ଅଙ୍ଗ ପ୍ରତିରୋପଣ ଶିବିର ଆୟୋଜିତ କରାଯିବାକୁ ସ୍ଥିର କରାଯାଇଛି । ଏହାକୁ ନେଇ ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ଶିବିରରେ ବହୁ ସଂଖ୍ୟାରେ ହିତାଧିକାରୀ ଯୋଗଦେଇ ଶିବିରର ଲାଭ ଉଠାଇବାକୁ ଆୟୋଜକଙ୍କ ପକ୍ଷରୁ ନିବେଦନ କରାଯାଇଛି । ପ୍ରସ୍ତୁତି ବୈଠକରେ ସ୍ଥାନୀୟ ବିଧାୟକ ନବୀନ ଜୈନଙ୍କ ସହ ସଙ୍ଗଠନର ହନି ଅଗ୍ରୱାଲ, ରେଖା ଅଗ୍ରୱାଲ, ସଚିବ ଅରୁଣ ଗୁପ୍ତା, ରିମଝିମ ଜୈନ, କୋଷାଧ୍ୟକ୍ଷ ବିଶେଷ ଶର୍ମା, ପିଙ୍କି ଜୈନ, ପ୍ରକଳ୍ପ ନିର୍ଦ୍ଦେଶକ ଆରୁଷ ଶର୍ମା, ପୁଜା ଜୈନ, କେପିଡି ଶ୍ରୀରାମ ଅଗ୍ରୱାଲ, ଗୋପାଲ କ୍ରିଷ୍ଣ ଜୈନ, ବିଶେଷ ଶର୍ମା ମହେଶ ଅଗ୍ରୱାଲ, ରୋହିତ ଜୈନ, ଅରୁଣ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ ।  

LEAVE A REPLY

Please enter your comment!
Please enter your name here