ସମାଜସେବୀ ସଞ୍ଜୟ ସାହୁଙ୍କ ପରଲୋକ

0
38

ଟିଟିଲାଗଡ଼,୨୭/୦୪/୨୦୨୫(ଜେ.ଏନ୍.ଏସ୍.)ଟିଟିଲାଗଡ଼ ସହରର ବିଶିଷ୍ଟ ସମାଜସେବୀ ସଞ୍ଜୟ ସାହୁ(୬୫)ଙ୍କ ଗତକାଲି ତାଙ୍କ ରାୟପୁର ସ୍ଥିତ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ଆରତୀ ସାହୁଙ୍କ ସହ ଓ ପରିଜନ ଉପସ୍ଥିତ ଥିଲେ । ସ୍ୱର୍ଗତ ସାହୁ ତାଙ୍କ କର୍ମମୟ ଜୀବନରେ ଜଣେ ସଫଳ ବ୍ୟବସାୟୀ ହେବା ସହ ସମାଜ ସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ତୁଲାଇଥିଲେ । ସେ ଲାୟନ୍ସ କ୍ଳବ୍ ର ସାଧାରଣ ସଭ୍ୟ ଠୁ ଆରମ୍ଭ କରି ଜିଲ୍ଲା ଗଭର୍ଣ୍ଣର ପଦବୀରେ ଆସିନ୍ନ ହୋଇପାରିଥିଲେ । ଏଥିସହ ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ସରଳ ବ୍ୟକ୍ତିତ୍ୱର ଧନୀ ଭାବରେ ପରିଚିତ ଥିଲେ । ଗତକାଲି ବିଳମ୍ବିତ ରାତିରେ ହୃଦଘାତ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ରାୟପୁର ସ୍ଥିତ ମୁକ୍ତିଧାମ ଠାରେ ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ କରାଯିବା ନେଇ ପରିବାର ସଦସ୍ୟ ସୂଚନା ଦେଇଛନ୍ତି । ଶ୍ରୀ ସାହୁଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଟିଟିଲାଗଡ଼ ସହର ତଥା ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଶୋକ ପ୍ରକାଶ ପାଇଛି । ବିଶେଷ କରି ତାଙ୍କ ବନ୍ଧୁ ତଥା ଚେମ୍ବର୍ ଅଫ୍ କମର୍ସର ସଭାପତି ଈଶ୍ୱର ଚନ୍ଦ୍ର ଜୈନ, ସମ୍ପାଦକ ଗୋପାଲ ଲାଠ, ବନ୍ଧୁ ଜଗଦୀଶ ଜୈନ, ଡ଼ା. ଲିଲାଧର ଶର୍ମା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି । 

LEAVE A REPLY

Please enter your comment!
Please enter your name here