କବି ଚତୁର୍ଭୁଜ ସାଆନ୍ତଙ୍କ ସୃତିସଭା

0
44

ଟିଟିଲାଗଡ଼,୦୭/୦୬/୨୦୨୫(ଜେ.ଏନ୍.ଏସ୍.),ସ୍ଥାନୀୟ ପୌର କଲ୍ୟାଣ ମଣ୍ଡପ ପରିସରରେ ଦିବଂଗତ କୋଶଲୀ କବି ଚତୁର୍ଭୁଜ ସାଆନ୍ତଙ୍କ ସୃତିସଭା ଅନୁଷ୍ଠିତ ହୋଇଯାଇଛି । କୋଶଲୀ ଭାଷା ସୁରକ୍ଷା ସମିତି ସଭାପତି ଦିଲିପ ପସାୟତଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବରେ କେନ୍ଦ୍ର ବାଲ ସାହିତ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଡ଼.ଯୁଗଳ କିଶୋର ଷଡ଼ଙ୍ଗୀ, ଆନନ୍ଦ ଚନ୍ଦ୍ର ସାହୁ, ବିନୟ କୁମାର ଦାଶ, ସୁଶାନ୍ତ ବାଗ, ଟିକେଲାଲ ବେହେରା, ବିରଞ୍ଚି ନାରାୟଣ ଦାସ, ଯାଜ୍ଞସେନି ଜାନି ପ୍ରମୁଖ ମଞ୍ଚାସିନ ଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଭିକାରୀ ଚରଣ ମିଶ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କବି ଜ୍ୟୋତି ପ୍ରକାଶ ଗଡତ୍ୟା ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ସଭ୍ୟ ଘିନୁ ଆଡଯୁଆଡ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଡ଼. ନାରାୟଣ ମିଶ୍ରଙ୍କ ସଭାପତିତ୍ଵ ଓ କବି ପୁସ୍ତମ ଯୁଆଡି, ସୁନିଲ ଅଗସ୍ତି, ତପସ୍ୱିନୀ ପସାୟତ, ଲକ୍ଷ୍ମୀ ବଗର୍ତ୍ତିଙ୍କ ସଂଯୋଜନାରେ ‘କବିତାର ଦୁଲଦୁଲି’ କବିତା ପାଠ ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ କବି ବଳବନ୍ତ ସାହୁ, ବୃନ୍ଦାବନ କୁମ୍ଭାର, ରାଜ ନାଗ, ତରୁଣ ସିଂ ଦୀପ, ଡ଼. ଘନଶ୍ୟାମ ଜୈନ, ଆକାଶ ସାହୁ, ଲକ୍ଷ୍ମୀଧର ବିଭାର, ସତ୍ୟବ୍ରତ ପସାୟତ, ସତ୍ୟବ୍ରତ ପଣ୍ଡା, ନୀଳମଣି ସାହୁ, ଜୟ ପ୍ରଧାନ, ଆନନ୍ଦ ସାହୁ, ବିନୟ ଦାଶ, ଯାଦବେନ୍ଦ୍ର ସାହା, ହିମାଞ୍ଚଳ ସାହୁ, ସୁଶାନ୍ତ ବାଗ  ପ୍ରମୁଖ କବିତା ପାଠ କରିଥିଲେ।  

LEAVE A REPLY

Please enter your comment!
Please enter your name here