ପୌରପରିଷଦ ପକ୍ଷରୁ ସହଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ

0
12

ଟିଟିଲାଗଡ଼,୧୯/୦୬/୨୦୨୫(ଜେ.ଏନ୍.ଏସ୍.), ସ୍ଥାନୀୟ ପୌରପରିଷଦ କଲ୍ୟାଣ ମଣ୍ଡପ ପରିସରରେ ସହଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୌର ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ କୁମାର ଜୈନ ମୁଖ୍ୟଅତିଥି, ପୌରାଧ୍ୟକ୍ଷା ମମତାଦେବୀ ଜୈନ, ଉପଜିଲ୍ଲାପାଳ ରେହାନ ଖତ୍ରୀ, ସିଡିପିଓ ସୁଷୁମା ପାଢୀ, ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଅବସରରେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ, ଭତ୍ତା, ଦିବ୍ୟାଙ୍ଗଙ୍କୁ ହ୍ୱିଲ ଚେଆର ଓ ବସ ପାସ, ନୂତନ ହିତାଧିକାରୀଙ୍କୁ ରାସନ କାର୍ଡ ଆଦି ବଣ୍ଟନ କରାଯାଇଥିଲା । ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ବିକାଶର ବାର୍ତ୍ତା ନେଇ ଆରମ୍ଭ ହୋଇଥିବା ସଚେତନା ରଥକୁ ଅତିଥିବୃନ୍ଦ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ କାଉନସିଲର, ପୌର କର୍ମଚାରୀ ଓ ବହୁ ହିତାଧିକାରୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here