ଟିଟିଲାଗଡ଼ ଗସ୍ତରେ ବିଧାନସଭା ଷ୍ଟାଣ୍ଡିଂ କମିଟି

0
64

ଟିଟିଲାଗଡ଼,୨୬/୦୬/୨୦୨୫(ଜେ.ଏନ୍.ଏସ୍.),ବିଧାନସଭା ଷ୍ଟାଣ୍ଡିଂ କମିଟି ବୁଧବାର ସନ୍ଧ୍ୟାରେ ଟିଟିଲାଗଡ଼ ଗସ୍ତ କରିଛନ୍ତି । କଣ୍ଟାବାଞ୍ଜି ବିଧାୟକ ତଥା କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ ଆସିଥିବା ୧୫ ଜଣ ସଦସ୍ୟ ବିଶିଷ୍ଟ ବିଧାୟକ ଦଳ ସ୍ଥାନୀୟ ବିଧାୟକ ନବୀନ ଜୈନଙ୍କ ସହ ପ୍ରଥମେ କୁମୁଡ଼ା ପାହାଡ଼ ସ୍ଥିତ ବାବା ଧବଳେଶ୍ଵର ମନ୍ଦିର ଦର୍ଶନ କରିଥିଲେ । ସେହିପରି ବିଧାୟକ ଶ୍ରୀ ଜୈନଙ୍କ ସହ କମିଟି ସ୍ଥାନୀୟ ଡାକ୍ତରଖାନା ପରିଦର୍ଶନ କରିବା ସହ ଏସ୍.ଡି.ଏମ୍.ଓ. ପ୍ରଦୀପ ନାୟକଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ଜୈନ ଏହି ଉପଖଣ୍ଡ ଡାକ୍ତଖାନାକୁ ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ପରିଣତ କରିବା ନେଇ କମିଟି ସମ୍ମୁଖରେ ଦାବି ଉପସ୍ଥାପନା କରିଥିଲେ । 

LEAVE A REPLY

Please enter your comment!
Please enter your name here