ମୁକୁଳା ଟ୍ରାନ୍ସଫର୍ମର ଯୋଗୁଁ ଅଘଟଣ : ବିଦ୍ୟୁତ ସଂସ୍ପର୍ଶରେ ଆସି ଗର୍ଭିଣୀ ଗାଈର ମୃତ୍ୟୁ

0
43

ଟିଟିଲାଗଡ଼,୨୭/୦୬/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସିହିନୀ ଗ୍ରାମରେ ଥିବା ମୁକୁଳା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଏକ ଗର୍ଭିଣୀ ଗାଈର ମୃତ୍ୟୁ ଘଟିଛି । ଘଟଣାକୁ ନେଇ  ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ସହ ସଂପୃକ୍ତ ଚାଷୀ ଟାଟା ପାୱାର ବିରୁଦ୍ଧରେ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ସୂଚନା ଅନୁଯାୟୀ ଗୁରୁବାର ସଂଧ୍ୟାରେ ଚାଷୀ ପ୍ରସନ୍ନ ବାଗଙ୍କ ଗାଈ ଗ୍ରାମର ରାସ୍ତାକଡ଼ରେ ଥିବା ମୁକୁଳା ଟ୍ରାନ୍ସଫର୍ମର ନିକଟରେ ଚରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଯିବା ଯୋଗୁଁ ମୃତ୍ୟୁ ଘଟିଥିଲା । ଟାଟା ପାୱାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ସହର ମଧ୍ୟରେ ଓ ଗ୍ରାମାଞ୍ଚଳରେ ବହୁ ଟ୍ରାନ୍ସଫର୍ମର ମୁକୁଳା ତଥା ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି ।ଗର୍ଭିଣୀ ଗାଈର ମୃତ୍ୟୁକୁ ନେଇ ସଂପୃକ୍ତ ଚାଷୀ ପରିବାର ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଟାଟା ପାୱାର କମ୍ପାନୀ ଲୋକଙ୍କ ସୁରକ୍ଷା ପ୍ରତି ଅବହେଳା କରୁଥିବା ସ୍ଥାନୀୟ ସରପଞ୍ଚ ବୀରବର ସାହୁ ଅଭିଯୋଗ କରିଛନ୍ତି । କମ୍ପାନୀ କର୍ତ୍ତୃପକ୍ଷ ଏଥିପ୍ରତି ସଚେତନ ନ ହେଲେ ଆଗାମୀ ଦିନରେ ସରପଞ୍ଚ ସଂଘ ପକ୍ଷରୁ କମ୍ପାନୀ ବିରୁଦ୍ଧରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସାହୁ ଉଲ୍ଲେଖ କରିଛନ୍ତି । 

LEAVE A REPLY

Please enter your comment!
Please enter your name here