କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିବସ ପାଳିତ

0
26

ଟିଟିଲାଗଡ଼,୨୭/୦୬/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ନେତୃତ୍ୱରେ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ବିଧାୟକ ଶ୍ରୀ ଜୈନ ଦଳୀୟ ନେତା ଓ କର୍ମୀଙ୍କ ସହ ସ୍ଥାନୀୟ ମୁକ୍ତିଧାମ୍ ପରିସର ସଫେଇ କରିବା ସହ ବୃକ୍ଷ ରୋପଣ କରିଥିଲେ । ସେହିପରି ଡାକ୍ତରଖାନାରେ ବିଧାୟକଙ୍କ ସହ ବିଜେପି କର୍ମୀମାନେ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here