ଟିଟିଲାଗଡ଼ ପର୍ଶୁରାମ ଭବନ ଉଦଘାଟିତ

0
206

ଟିଟିଲାଗଡ଼,୨୮/୦୬/୨୦୨୫(ଜେ.ଏନ୍.ଏସ୍.), ଟିଟିଲାଗଡ଼ ବ୍ରାହ୍ମଣ ସମାଜର ସ୍ଥାୟୀ କାର୍ଯ୍ୟାଳୟ ତଥା ସଭାଗୃହ ‘ପର୍ଶୁରାମ ଭବନ’ ଉଦଘାଟିତ ହୋଇଯାଇଛି । ବ୍ରାହ୍ମଣ ସମାଜ ସଭାପତି ସୁବୋଧ ଦାସଙ୍କ ସଭାପତିତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ କୁମାର ଜୈନ ମୁଖ୍ୟଅତିଥି, ପୌରାଧ୍ୟକ୍ଷା ମମତାଦେବୀ ଜୈନ, ପୌର ପରିଷଦର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ, ବ୍ରାହ୍ମଣ ସଭା ପୂର୍ବତନ ସଭାପତି ବିଶ୍ୱରାମ ଠାକୁର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟିତ କରିଥିଲେ । ଏହି ଅବସରରେ ସେବକ ଚରଣ ଦାସଙ୍କ ଆଧ୍ୟାତ୍ମିକ ପୁସ୍ତକ “ବ୍ରହ୍ମ ଏକାକ୍ଷରୀ” ପୁସ୍ତକ ଉନ୍ମୋଚିତ ହୋଇଥିଲା । ସଂଘ ସମ୍ପାଦକ ସତ୍ୟବ୍ରତ ପଣ୍ଡା ପର୍ଶୁରାମ ଭବନ ସମ୍ପର୍କରେ ବିଷଦ ବିବରଣୀ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ରାହ୍ମଣ ସମାଜର ଉପସଭାପତି ରାମନାରାୟଣ ମିଶ୍ର, ସହସମ୍ପାଦକ ଶୁକଦେବ ଯୋଶୀ, କୋଷାଧ୍ୟକ୍ଷ ରମାନାଥ ଖମାରୀ, କାର୍ଯ୍ୟକାରିଣୀ କମିଟି ସଭ୍ୟ ମୀନକେତନ ମିଶ୍ର, ଭକ୍ତ ପ୍ରସାଦ ପୁରୋହିତ, ବନମାଳୀ ଦାଶ, ମାନସ ପାଣି, ଅକ୍ଷୟ ଯୋଶୀ, ଜିତେନ୍ଦ୍ର ଦାଶ, କୁନୁ ଦାଶ, ଭୂପତି ମିଶ୍ର, ବ୍ରଜେନ୍ଦ୍ର ଆଚାର୍ଯ୍ୟ, ରାଜୀବ ଲୋଚନ ପାଢ଼ୀ, ବୃନ୍ଦାବନ ପଣ୍ଡା ପ୍ରମୁଖଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ। 

LEAVE A REPLY

Please enter your comment!
Please enter your name here