ଜେଲ୍ ଗଲେ ପୁର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ଵର ମାଝୀ

0
42

ଟିଟିଲାଗଡ଼,୦୪/୦୭/୨୦୨୫(ଜେ.ଏନ୍.ଏସ୍.), ଆୟ ବର୍ହିଭୁତ ସମ୍ପଭି ଠୁଳ ଅଭିଯୋଗରେ ଗତକାଲି ବଲାଙ୍ଗିର ଭିଜିଲାନ୍ସ ସ୍ଥାନୀୟ ପୁର୍ତ୍ତବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ଵର ମାଝୀଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଚଢଉ କରି ବିଭିନ୍ନ ଦସ୍ତାବିଜ ଓ ନଗଦ ଟଙ୍କା ଜବତ କରିବା ପରେ ତାଙ୍କୁ ଅଟକ ରଖିଥିବା ବେଳେ ଆଜି ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛି । ଗତକାଲି ଭିଜଲାନ୍ସ ଡିଏସପି ପୁଲସ୍ତି ଛତ୍ରିଆଙ୍କ ନେତୃତ୍ଵରେ ୧୦ ଜଣିଆ ଟିମ୍ ଶ୍ରୀ ମାଝୀଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଚଢଉକରି ଖୋଳତାଡ଼ ଚଲାଇଥିଲା । ଏଥିସହ ଶ୍ରୀ ମାଝୀଙ୍କ ସମ୍ବଲପୁର, ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ଥିବା ତାଙ୍କ କୋଠାଘର,  ବ୍ରଜରାଜନଗରର ଗଣ୍ଡଘୋରା ସ୍ଥିତ ପୈତୃକ ନିବାସ ଓ ସମ୍ବଲପୁରସ୍ଥିତ ତାଙ୍କ ଶଶୁର ଘର ପ୍ରମୁଖ ୬ଟି ସ୍ଥାନରେ ଏକକାଳୀନ ଚଢଉ କରିଥିଲା । ଟିଟିଲାଗଡ଼ରୁ ୪୩ହଜାର ୮ଶହ ଟଙ୍କା ଓ ସମ୍ବଲପୁରରୁ ୬ଲକ୍ଷ ୫୭ ହଜାର ଟଙ୍କା ନଗଦ ଜବତ କରିବା ସହ ୪ଟି କୋଠା, ୯ଟି ପ୍ଲଟ, ମାର୍କେଟ କମ୍ପଲେକ୍ସ, ବ୍ୟାଙ୍କ ଓ ବୀମାରେ ୪୯ଲକ୍ଷ ଟଙ୍କା ଜମା ଥିବା, ଗୋଟିଏ କାର, ଦୁଇଟି ବାଇକ, ତାଙ୍କ ସ୍ତ୍ରୀଙ୍କ ନାମରେ ବ୍ୟୁଟି ପାର୍ଲର ଏପରି ଅନେକ ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରିଥିଲା । ଏହା ଜାଣିବା ପରେ ଭିଜିଲାନ୍ସ ଶ୍ରୀ ମାଝୀଙ୍କୁ ବଲାଙ୍ଗିର ନେଇ ଅଟକ ରଖିଥ‌ିବା ବେଳେ ଆଜି ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ଶ୍ରୀ ମାଝୀଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି ବଲାଙ୍ଗିର ଭିଜିଲାନ୍ସ ଡିଏସପି ଶ୍ରୀ ଛତରିଆ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here