ସ୍କୁଲ ବ୍ୟବସ୍ଥା ସଜାଡ଼ିବାକୁ ବି.ଇ.ଓ.ଙ୍କ ନିର୍ଦ୍ଦେଶ

0
112

ଟିଟିଲାଗଡ,୦୪/୦୭/୨୦୨୫,(ଜେ.ଏନ୍.ଏସ୍.), ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲରେ ଲାଗିରହିଥିବା ଆନୁଷଙ୍ଗିକ ବ୍ୟବସ୍ଥା ସହ ମଧ୍ୟାହ୍ନ ଭୋଜନ ସଜାଡ଼ିବା ନେଇ ବ୍ଲକ ଶିକ୍ଷା ଅଧିକାରୀ ସମସ୍ତ ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ଇତି ମଧ୍ୟରେ ସ୍ଥାନୀୟ ବିଧାୟକ ନବୀନ ଜୈନ ଓ ଉପଜିଲ୍ଲାପାଳ ରେହାନ ଖତ୍ରୀଙ୍କ ସମେତ ବିଭାଗୀୟ ଅଧିକାରୀ ଗୁଲମି ଉଚ୍ଚ ବିଦ୍ୟାଳୟକୁ ଅତର୍କିତ ପରିଦର୍ଶନରେ ଯାଇଥିଲେ। ସେଠାରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା, ଶିକ୍ଷକଙ୍କ ଅନୁପସ୍ଥିତି ସମେତ ଅସ୍ୱାସ୍ଥ୍ୟକର ପରିବେଶ ଦେଖିବାକୁ ପାଇଥିଲେ । ଏ ନେଇ ଶୁକ୍ରବାର ଗୋଷ୍ଠୀ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ ତାଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟା – ୧୫୪୬/୨୦୨୫ ମାଧ୍ୟମରେ ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରଧାନ ଶିକ୍ଷକଙ୍କୁ ପ୍ରାଥମିକତା ଆଧାରରେ ଅବ୍ୟବସ୍ଥା ଠିକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here