କେନାଲ ପାର୍ଶ୍ଵ ରାସ୍ତା କାମରେ ବ୍ୟାପକ ଦୁର୍ନୀତି ନିମ୍ନମାନର କାମକୁ ନେଇ ତେଜୁଛି ଅସନ୍ତୋଷ

0
27

ଟିଟିଲାଗଡ଼,୨୭/୦୭/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ବାଞ୍ଜିପଦର ପଞ୍ଚାୟତ ଅନ୍ତର୍ଗତ ମାଥନପଲା ପ୍ରକଳ୍ପର କେନାଲ ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ମାଥନପଲା ପ୍ରକଳ୍ପ ଅନ୍ତର୍ଗତ କେନାଲର ପାର୍ଶ୍ଵ ରାସ୍ତା ନିର୍ମାଣ ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଜାନୁଆରୀ ୨୦୨୪ରେ ୭୫ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଟେଣ୍ଡର ଆହ୍ଵାନ କରାଯାଇଥିଲା । ପାୟଲ ନାଗପୁରୀ ନାମକ ଜଣେ ଠିକାଦାର ଏହି ଟେଣ୍ଡର ପାଇଥିବା ବେଳେ ସ୍ଥାନୀୟ ବିଜେଡ଼ି ଦଳର ଆଗଧାଡ଼ିର ଜଣେ ନେତା ଏହି କାମ ତୁଲାଇ ଥିବା ଜଣାପଡିଛି । ତେବେ ୭୫ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମିତ ଏହି ରାସ୍ତାକାମ ଅତି ନିମ୍ନ ମାନର ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କାମ ସଂପୂର୍ଣ୍ଣ ହେବାର କିଛି ମାସ ନ ପୁରୁଣୁ ସଂପୃକ୍ତ ରାସ୍ତାର ସ୍ଥିତି ଶୋଚନୀୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ସଂପୃକ୍ତ ଠିକାଦାର ଏହି କାର୍ଯ୍ୟର ବିଲ ଉଠାଇ ସାରିଥିବା ଅଭିଯୋଗ ହୋଇଛି । ବିଭାଗୀୟ ଅଧିକାରୀଙ୍କ ଠିକାଦାର ପୋଷା ନୀତି ଯୋଗୁଁ ସରକାରୀ ଅର୍ଥର ହରିଲୁଟ ହେଉଥିବା ଦେଖିବାକୁ ମିଳିଛି । ଘଟଣାକୁ ନେଇ ବିଭାଗୀୟ ସହାୟକ ଯନ୍ତ୍ରୀ ମୂରଲୀଧର ମହାଲିକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସେ ସ୍ଥିତି ଅନୁଧ୍ୟାନ କରିବାକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here