ଡିଏଭି କଲେଜ ରେ ଇନୋଭେସନ ଓ ଷ୍ଟାର୍ଟଅଫ୍ ପ୍ରତିଯୋଗୀତା

0
175

ଟିଟିଲାଗଡ,୧୬/୮(ଜେଏନଏସ),ଟିଟିଲାଗଡ ଡିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଇନୋଭେସନ ଓ ଷ୍ଟାର୍ଟଅଫ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଗୋବିନ୍ଦ ମେହେର, ପ୍ରାଧ୍ୟାପକ କୃଷ୍ଣଚନ୍ଦ୍ର ଶତପଥୀ ଓ ସନ୍ତୋଷ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ବାଣିଜ୍ୟ ବିଭାଗର ମୁଖ୍ୟ ଦେବଦତ୍ତ ଇନ୍ଦୋରିଆ ମୁଖ୍ୟଅତିଥି ଭାବରେ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଅଧ୍ୟାପିକା ସସ୍ମିତା ପାଣିଗ୍ରାହୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପ୍ରତିଯୋଗିତାରେ ୧୦ ଟି ସମୂହ ତାଙ୍କ ଷ୍ଟାର୍ଟଅଫ ବିଚାର ସହ ଭାଗ ନେଇଥିବା ବେଳେ ୩ ଟି ବିଶ୍ଵବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ। ମୁଖ୍ୟଅତିଥିଙ୍କ ସହିତ ସହ ବିଚାରକ ଭାବରେ ଡ଼.ନନ୍ଦ କିଶୋର ହୋତା, ରୋଜାଲି ସେଠୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁଦେଶ ବେହେରା, ଅରୁଣ କୁମାର ପ୍ରଧାନ, ବୈଷ୍ଣବ ଗୌଡ଼, ଡ଼.ଦେବୀ କେ, ଟେକରାମ କିସାନ, ଆର୍ତ୍ତତ୍ରାଣ ବିଶ୍ୱପ୍ରସନ୍ନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ରାଶି ଓ ପ୍ରମାଣପତ୍ର ସହ ଅତିଥିବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ।

LEAVE A REPLY

Please enter your comment!
Please enter your name here