ପୂର୍ତ୍ତ ବିଭାଗ ରାସ୍ତାରେ ବେଆଇନ କାମ ଖବର ପ୍ରସାରଣ ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ

0
27
ଟିଟିଲାଗଡ,୧୮/୩(ଜେଏନଏସ),ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟରେ ବିଭାଗୀୟ ସମନ୍ୱୟ ଅଭାବ ଯୋଗୁଁ ସରକାରୀ ଅର୍ଥ ର ଅପବ୍ୟୟ ହେଉଥିବା ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ ଟିଟିଲାଗଡ ବ୍ଲକ ଲୁଥୁରବନ୍ଧ ପଞ୍ଚାୟତ ର ମହଦା ଗ୍ରାମରେ ପୂର୍ତ୍ତ ବିଭାଗ ଅଧୀନ ରେ ଥିବା ରାସ୍ତାରେ ସଂପୃକ୍ତ ବିଭାଗର ବିନା ଅନୁମତି ରେ ଟିଟିଲାଗଡ ବ୍ଲକ ପକ୍ଷରୁ ବିଧାୟକ ପାଣ୍ଠି ରୁ ୫ ଲକ୍ଷ ଟଙ୍କା ବ୍ୟୟରେ ଫେଭର ବ୍ଲକ ଓ ରାସ୍ତା ପାର୍ଶ୍ୱରେ ଚୌକି ବସାଇବା କାର୍ଯ୍ୟ କରାଯାଇଥିଲା। କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାକୁ ସଂଯୋଗ କରୁଥିବା ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଥିବା ବେଳେ କେବଳ ଠିକାଦାର ପୋଷା ନୀତିରେ ଏହି ପ୍ରକଳ୍ପ କାର୍ଯ୍ୟ ବ୍ଲକ ପକ୍ଷରୁ କରାଯାଇଥିଲା। ମୁଖ୍ୟ ରାସ୍ତାକୁ ଲାଗି ଚୌକିଗୁଡ଼ିକ ବସା ଯାଉଥିବା ଯୋଗୁଁ ଦୁର୍ଘଟଣା ଆଶଙ୍କା ବୃଦ୍ଧି ପାଇଥିବା ନେଇ ଗ୍ରାମବାସୀ ଅଭିଯୋଗ ପରେ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇ ବିଭାଗୀୟ ଉଚ୍ଚ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଖବର ପ୍ରସାରଣ ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପ୍ରକଳ୍ପ ଅନ୍ତର୍ଗତ ନବ ନିର୍ମିତ ଚୌକି ଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ପୂର୍ତ୍ତ ବିଭାଗ ଯନ୍ତ୍ରୀ ବିଶ୍ୱଜିତ୍ ପାତ୍ର ଏହା ସମ୍ପୂର୍ଣ ବେଆଇନ ଭାବରେ ବ୍ଲକ ପକ୍ଷରୁ ବିନା ଅନୁମତିରେ କରାଯାଇଥିବା ଓ ଦୁର୍ଘଟଣା ଆଶଙ୍କା ଯୋଗୁଁ ବର୍ତ୍ତମାନ ଏହାକୁ ଭଙ୍ଗା ଯାଇଥିବା କହିଛନ୍ତି। ତେବେ ବିଭାଗୀୟ ସମନ୍ଵୟ ଅଭାବ ଯୋଗୁଁ ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ହେବାସହ ସରକାରୀ ଅର୍ଥର ଅପବ୍ୟୟ ହେଉଥିବା ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here