ଟିଟିଲାଗଡ଼ରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

0
83

ଟିଟିଲାଗଡ଼,୨୦/୦୯,(ଜେଏନଏସ), ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପ ପରିସରରେ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଶିବିରକୁ ଉଦଘାଟନ କରିବାସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ନର୍ସିଂ ସିଂ ଶିବିରର ସଂଯୋଜନା କରିଥିବା ବେଳେ ବହୁ ସଦସ୍ୟ ଯୋଗଦେଇ ରକ୍ତଦାନ କରିଥିଲେ । ଶିବିରରେ ସମୁଦାୟ ୫୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ରକ୍ତଭଣ୍ଡାର କର୍ମଚାରୀ ଗଜେନ୍ଦ୍ର ରାଉତ, ଜୟରାମ ମଛଖଣ୍ଡ ରକ୍ତ ସଂଗ୍ରହ କରିଥିଲେ । କାର୍ଯ୍ୟକ୍ରମରେ ସମାଜ ସେବୀ ସରଦା ରାଓ, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ପବିତ୍ର ସାହୁ, ଅଶ୍ଵିନୀ ସାହୁ, ପ୍ରିତମ ଚନ୍ଦନ ମନୋଜ କେତକୀ, ସୋହେଲ ଖାନ, ପ୍ରହଲ୍ଲାଦ ବେହେରା, ଜ୍ୟୋତି ହରପାଲ, ମଧୁସୂଦନ ଦୁର୍ଗା ପ୍ରମୁଖଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ ।  

LEAVE A REPLY

Please enter your comment!
Please enter your name here