ଆକ୍ସନଏଡ ପକ୍ଷରୁ ଜିଲ୍ଲାସ୍ତରୀୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

0
147

ଟିଟିଲାଗଡ଼,୨୧/୦୯,(ଜେଏନଏସ),ଅଗ୍ରଣୀ ବେସରକାରୀ ସଂସ୍ଥା ଆକ୍ସନଏଡ ଓ ଜନଜାଗରଣ ଦାଦନ ସଂଘ ପକ୍ଷରୁ ମୁରିବାହାଲ ବ୍ଲକ ଅନ୍ତର୍ଗତ ପିଟାପଡ଼ା ଠାରେ ଶ୍ରମିକମାନଙ୍କ ଜିଲ୍ଲାସ୍ତରୀୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଶିଷ୍ଟ ବିଜେପି ନେତା ପ୍ରମୋଦ ପ୍ରଧାନ ମୁଖ୍ୟ ଅତିଥି, ନିୟମଗିରି ସୁରକ୍ଷା ସମିତି ଆବାହକ ଲିଙ୍ଗରାଜ ଆଜାଦ, ଲୋୟର ସୁକତେଲ ସଂଗ୍ରାମ ସମିତି ଆବାହକ କାଳିନ୍ଦ୍ରୀ ମାଝୀ, ସତ୍ୟ ବନଛୋର, ପଶ୍ଚିମ ଓଡ଼ିଶା କୃଷକ ସମିତି ଆବାହକ ସରୋଜ ମହାନ୍ତି, ଏପିଓ ମୁରିବାହାଲ୍ ବସନ୍ତ ବଳିଆର ସିଂ, ସାମ୍ବାଦିକ ଅଜିତ ସାହୁ ଓ ମନୋଜ ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶ୍ରମିକଙ୍କୁ ଉତ୍ସାହିତ କରିଥିଲେ । ଆକ୍ସନଏଡ୍ ର ମୁରଲୀ ଦାସ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ପ୍ରଧାନ ଶ୍ରମିକଙ୍କୁ ସେମାନଙ୍କ ଅଧିକାର ସମ୍ଵନ୍ଧରେ ସଚେତନ କରିଥିଲେ । ଗ୍ରାମାଞ୍ଚଳର ମହିଳା ସଂଗଠିତ ଓ ସଚେତନ ହେଲେ ବହୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ଅତିଥିବୃନ୍ଦ ପ୍ରକାଶ କରିଥିଲେ । ଏହି ଅବସରରେ ଅତିଥିଙ୍କ ସହ ଉପସ୍ଥିତ ମହିଳା ଓ ପୁରୁଷ ସ୍ଵଚ୍ଛତା ଅବଲମ୍ବନର ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକ ଅନ୍ତର୍ଗତ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇଥିଲେ ।ଅନୁଷ୍ଠାନର ଭୁପେନ୍ଦ୍ର ରଣା, ସଞ୍ଜୀବ ରଣା, ଜ୍ୟୋତିର୍ମୟୀ ଦହଲ, ତୃପ୍ତିମୟୀ ପ୍ରଧାନ, ଭାରତ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।  

LEAVE A REPLY

Please enter your comment!
Please enter your name here