ଟ୍ରେନରେ କଟି ଯୁବକଙ୍କ ଆତ୍ମହତ୍ୟା

ଟିଟିଲାଗଡ଼,୨୦/୧(ଜେଏନଏସ),ଟିଟିଲାଗଡ ରେଳ ଷ୍ଟେସନ ପରିସର ରେ ପ୍ଲାଟଫର୍ମ ନଂ ୪ ନିକଟ ରେ ଜଣେ ଯୁବକ ଙ୍କ ମୃତଦେହ ସ୍ଥାନୀୟ ରେଳବାଇ ପୁଲିସ ଉଦ୍ଧାର କରିଛି।ମୃତ ଯୁବକ ଜଣକ ପଡୋଶୀ ଛତିଶଗଡ଼ ରାଜ୍ୟ ମାଲଦା ନିବାସୀ ବୈଶାଖୁ ରାମ କେବନ୍ତ ଙ୍କ ପୁତ୍ର ଲୋକନାଥ କେଵନ୍ତ (୩୫) ବୋଲି ଜଣାପଡିଛି।ପାରିପାର୍ଶ୍ବିକ ସ୍ଥିତି ଓ ପ୍ରାଥମିକ ତଦନ୍ତ ରୁ ଗତ ବିଳମ୍ବିତ ରାତି ରେ ଲୋକନାଥ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଇଛି।ମଙ୍ଗଳବାର ସକାଳୁ ରେଳବାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟ ଙ୍କୁ ହସ୍ତାନ୍ତର କରିଛି।ଘଟଣା କୁ ନେଇ ରେଳବାଇ ଥାନା ରେ ଏକ ମାମଲା ରୁଜୁ ହୋଇଥିବା ବେକେ ତଦନ୍ତ ଜାରି ରହିଥିବା ଜିଆରପି ଥାନା ଅଧିକାରୀ ବିନୟ ଭୋଇ ସୂଚନା ଦେଇଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles