ଚୋରି ବାଇକ ଉଦ୍ଧାର ଅଭିଯୁକ୍ତ ଗିରଫ

0
79

ସଇଁତଳା,୩୦/୦୭ (ଜେଏନ୍ଏସ୍) : ସଇଁତଳା ଥାନା ଅନ୍ତର୍ଗତ ନୁଆଭଦ୍ରା ଠାରୁ ଏକ ବାଇକ ଚୋରି ଘଟଣାରେ ପୁଲିସ ଚୋରି ବାଇକ କୁ ଉଦ୍ଧାର କରିବାସହ ଅଭିଯୁକ୍ତ କୁ ଗିରଫ କରିଛି । ସୂଚନା ଅନୁଯାୟୀ ତେଣ୍ଡିପାଲି ଗାଁ ନିବାସୀ ମନୋଜ ସାହୁ ନୂଆଭଦ୍ରା ଭୁଜା ମିଲ ନିକଟରେ ନିଜ ବାଇକ (ଓ ଡି ୦୩ଏ୯୧୭) ଠିଆ କରି ଭୁଜା କିଣୁଥିବା ବେଳେ ତାଙ୍କ ବାଇକ ଚୋରି ହୋଇଥିବା ନେଇ ସଇଁତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାକୁ ନେଇ ପୁଲିସ ଥାନା କେସ ନଂ ୩୨୫/୨୪ ଅନ୍ତର୍ଗତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଅଭିଯୁକ୍ତ ଶିଶକେଲା ପଞ୍ଚାୟତ ସିଂବାହାଲି ଗାଁ ନିବାସୀ ସୁଶିଲ ରଣା(୨୧) ବୋଲି ଜଣାପଡିଥିଲା । ଥାନାଧିକାରୀ ସୁଶାନ୍ତ ପ୍ରଧାନ ନିଜ ଟିମ୍ ସହ ସ୍ଥାନୀୟ ନବୀନ ଛକ ନିକଟରୁ ଅଭିଯୁକ୍ତକୁ ବାଇକ ସହ ଗିରଫ କରିଥିଲେ । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନା ମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here