ଦକ୍ଷିଣ ଏସୀୟ କରାଟେ ଚାମ୍ପିଅନସିପରେ ଓଡ଼ିଶା ଖେଳାଳୀଙ୍କ କୃତିତ୍ୱ

0
56

ଟିଟିଲାଗଡ଼,୨୬/୦୪/୨୦୨୫(ଜେ.ଏନ୍.ଏସ୍.) ଚଳିତ ବର୍ଷ ଝାରଖଣ୍ଡ ରାଜ୍ୟର ଗିରଡିହି ଠାରେ ଆୟୋଜିତ ତ୍ରୀ ଦିବସୀୟ ଦକ୍ଷୀଣ ଏସୀୟ କରାଟେ ଚାମ୍ପିଅନସିପରେ ଓଡ଼ିଶାକୁ ବିଶେଷ ସଫଳତା ମିଳିଛି । ଏହି ପ୍ରତିଯୋଗିତାରେ ବିଭିନ୍ନ ଦେଶ ଏବଂ ରାଜ୍ୟର ୩୫୦ ରୁ ଉର୍ଦ୍ଧ୍ଵ କରାଟେ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।ଓଡିଶା ରାଜ୍ୟରୁ ସେନସେଇ ଜିତୁ ପୃଷ୍ଟିଙ୍କ ନେତୃତ୍ୱରେ ୧୦ ଜଣ ପ୍ରବୀଣ ଖେଳାଳୀ ଉଭୟ କାତା ଏବଂ କୁମିତେ ବୃତ୍ତାନ୍ତରେ   ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ୧୦ ଟି ରୋପ୍ୟ ଓ ୮ ଟି କାଂସ୍ୟ ସହ ସମୁଦାୟ ୧୮ ଟି ପଦକ ହାସଲ କରି ରାଜ୍ୟ ପାଇଁ କୃତ୍ତିତ୍ଵ ଅର୍ଜନ କରିଛନ୍ତି । କୃତ୍ତି ପ୍ରତିଯୋଗୀମାନେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଗୁରୁକୃପା ମାର୍ଶଲଆଟ ଏକାଡେମୀ ଏବଂ ଟିଟିଲାଗଡ଼ କରାଟେ ଆସୋସିଏସନର ଚନ୍ଦ୍ରାଂଶୁ ସାହୁ, ସୁରଜ କୁମାର,ଏମ୍. ଡି. ଜୟାନ ଖାନ, ରେହଂଶୀ ସେଠି, ସାଇ ପ୍ରତ୍ୟୁଷ ବୁଡ଼େକ, ସୂର୍ଯ୍ୟମ୍ବାଲା ସାହୁ, ସାହିଲ ମେହେର, ଚିତ୍ତପ୍ରୀୟ ସାହୁ, ଷ୍ଟେଭେନ୍ ସାହୁ ପ୍ରମୁଖ ଥିବାବେଳେ ଏହି କୃତ୍ତିତ୍ୱ ପାଇଁ ସେନସେଇ କେଦାର କବାଟଙ୍କ ସହ ସହରର ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । 

LEAVE A REPLY

Please enter your comment!
Please enter your name here