ଟିଟିଲାଗଡ,୮/୩(ଜେଏନଏସ), ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଭାଲେଗାଁ ଠାରେ ଆକ୍ସନଏଡ ଓ ଲୋକ ବିକାଶ ଅଭିଯାନ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଟିଟିଲାଗଡ ପୌର ପରିଷଦ ଅଧ୍ୟକ୍ଷା ମମତା ଦେବୀ ଜୈନ ମୁଖ୍ୟଅତିଥି,ପ୍ରଜାପତି ବ୍ରହ୍ମକୁମାରୀ ଦାମିନୀ,ଉପ ନିରୀକ୍ଷକ ସୁକନ୍ୟା ରାଉତ,ସରପଞ୍ଚ ଯୁଗଳ କିଶୋର ସାହୁ ଓ ଆଇନଜୀବୀ ସୁନ୍ଦରଲାଲ ଶର୍ମା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ମହିଳା ଙ୍କୁ ଉତ୍ସାହିତ କରିଥିଲେ।ଉନ୍ନତ ଓ ସଭ୍ୟ ସମାଜ ଗଠନରେ ମହିଳା ଙ୍କ ପ୍ରମୁଖ ଭୂମିକା ଥିବା ଏବଂ ରାଜ୍ୟ ତଥା କେନ୍ଦ୍ର ସରକାର ମହିଳା ସଶକ୍ତିକରଣ କୁ ପ୍ରାଥମିକତା ଦେଇଥିବା ମୁଖ୍ୟ ଅତିଥି ଶ୍ରୀମତୀ ଜୈନ ଉଲ୍ଲେଖ କରିଥିଲେ।ମହିଳାଙ୍କ ଅଧିକାର,ସମାନତା,ଶିକ୍ଷା,ସ୍ୱାସ୍ଥ୍ୟ ସମ୍ବନ୍ଧରେ ସମ୍ମାନିତ ଅତିଥିବୃନ୍ଦ ସଚେତନ କରିଥିଲେ।ଆକ୍ସନଏଡ୍ ସଂଯୋଜକ ମୁରଲୀ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମରେ ସ୍ଥାନୀୟ ଶତାଧିକ ମହିଳା ଓ ଯୁବତୀ ଯୋଗ ଦେଇଥିଲେ। ସଞ୍ଜୀବ ରଣା,ଭୂପେନ୍ଦ୍ର ରଣା,ଜ୍ୟୋତିର୍ମୟୀ ଦହଲ,ସୁଚିସ୍ମିତା ପୁରୋହିତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ


