ବେଆଇନ ଭାବରେ ଚାଲିଥିବା ୩ କ୍ରସର ସିଲ୍ କଲା ପ୍ରଶାସନ

0
65

ଟିଟିଲାଗଡ଼,୦୫.୦୪.୨୦୨୫(ଜେ.ଏନ୍.ଏସ୍) ଟିଟିଲାଗଡ଼ ଥାନା ଅନ୍ତର୍ଗତ କତରକେଲାଠାରେ ବେଆଇନ ଭାବରେ ଚାଲିଥିବା ୩ ଟି କ୍ରସରକୁ ପ୍ରଶାସନ ପକ୍ଷରୁ ଚଢାଉ କରି ସିଲ୍ କରାଯାଇଛି । ସୂଚନା ଅନୁଯାୟୀ ଟିଟିଲାଗଡ଼ ତହସିଲ ଅନ୍ତର୍ଗତ କତରକେଲା ଗ୍ରାମଠାରେ ଥିବା ବିଭିନ୍ନ କ୍ରସର ଦୀର୍ଘଦିନ ଧରି ବେଆଇନ ଭାବରେ ଚାଲିଥିବା ନେଇ  ଅଭିଯୋଗ ହୋଇଥିଲା ।

ଶନିବାର ଜିଲ୍ଲା ଜିଲ୍ଲା ପ୍ରଦୂଷଣ ଅଧିକାରୀ ବବିତା ସିଂ, ଟିଟିଲାଗଡ଼ ତହସିଲଦାର ଶୁଭାଶିଷ ଶତପଥୀ, ରାଜସ୍ୱ ନୀରିକ୍ଷକ ଖୁସି ଶଙ୍କର ସାହୁ, ଥାନା ଅଧିକାରୀ କଲ୍ୟାଣୀ ବେହେରା, ଟାଟା ପାୱାର ଏସ୍.ଡି.ଓ. ବିନୟ ପାଣିଗ୍ରାହୀ ପ୍ରମୁଖଙ୍କ ମିଳିତ ଟିମ୍ କତରକେଲା ଠାରେ ଚାଲୁଥିବା ୩ଟି କ୍ରସର୍ ଉପରେ ଚଢାଉ କରିଥିଲେ । ଚଢାଉ ସମୟରେ ସଂପୃକ୍ତ କ୍ରାସର୍ ଗୁଡିକର କୌଣସି କାଗଜପତ୍ର ଠିକ୍ ନ ଥିବା ଜଣାପଡିଥିଲା । ଏପରିକି ଦୀର୍ଘଦିନ ଧରି ଚାଲୁଥିବା ଏହି କ୍ରସର ଗୁଡିକର ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ମଧ୍ୟ ବୈଧ ନ ଥିବା ଦେଖିବାକୁ ମିଳିଥିଲା ।ପ୍ରଶାସନ ପକ୍ଷରୁ ଏହି ୩ଟି କ୍ରସରକୁ ସିଲ କରାଯାଇଥିବା ପ୍ରଦୂଷଣ ଅଧିକାରୀ ବବିତା ସିଂ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here