କତରକେଲା ସେବାଶ୍ରମ ବିଦ୍ୟାଳୟ ଅବ୍ୟବସ୍ଥା ଘଟଣା ଖବର ପ୍ରସାରଣ ପରେ ପ୍ରଶାସନିକ ତତ୍ପରତା

0
183

ଟିଟିଲାଗଡ଼,୨୪/୦୯,(ଜେଏନଏସ), ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କତରକେଲା ସେବାଶ୍ରମ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ନେଇ “ଜନଜାଗରଣ” ରେ ସୋମବାର ଖବର ପ୍ରସାରଣ ହୋଇ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲା । ଖବର ପ୍ରସାରଣ ପରେ ଘଟଣାକୁ ନେଇ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି । ମଙ୍ଗଳବାର ଟିଟିଲାଗଡ଼ ବିଡ଼ିଓ ସୁଶାନ୍ତ ରଣା ବିଦ୍ୟାଳୟକୁ ଯାଇ ସ୍ଥିତି ପରଖିବା ସହ ଅଟକି ଥିବା କାର୍ଯ୍ୟ ତ୍ଵରାନିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରକାଶ ଯୋଗ୍ୟ ଯେ, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ  ସ୍ଥାପିତ କତରକେଲା ସେବାଶ୍ରମ ବିଦ୍ୟାଳୟରେ ବର୍ତ୍ତମାନ ୩୬୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଥିବାବେଳେ ବିଦ୍ୟାଳୟ ପରିସରରେ ଥିବା ୨ଟି ଛାତ୍ରୀ ନିବାସରେ ୧୬୬ଜଣ ଛାତ୍ରୀ ବହୁ ଅବ୍ୟବସ୍ଥା ଘେରରେ ରହୁଛନ୍ତି । ଏହି ସ୍କୁଲ ପରିସରରେ ଗାଁର ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଅତି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ସ୍କୁଲ ପରିସରରେ କୋଠା ନିର୍ମାଣ ଓ ମରାମତି ପାଇଁ ନିୟମିତ ବ୍ୟବଧାନରେ ଅନୁଦାନ ଆସିଥିବା ଏବଂ ବିଭାଗୀୟ କାର୍ଯ୍ୟାଦେଶର ଆଦେଶ ହୋଇଥିବା ସତ୍ତ୍ଵେ ଏଯାବତ୍ କୌଣସି କାର୍ଯ୍ୟ ଆରମ୍ଭ ନ ହେବା କୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଖବର ପ୍ରକାଶ ପରେ ବିଭାଗୀୟ ତତ୍ପରତା ପ୍ରକାଶ ପାଇ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆବଶ୍ୟକୀୟ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଅଭିଭାବକ ମହଲରେ ଦାବୀ ହୋଇଛି । 

LEAVE A REPLY

Please enter your comment!
Please enter your name here