ଅନଲାଇନ କେନ୍ଦ୍ର ରେ ଛାତ୍ରଛାତ୍ରୀଙ୍କ ଆଡମିସନ ଟଙ୍କା ଆତ୍ମସାତ, ଥାନାରେ ମାମଲା ରୁଜୁ

0
78

ଟିଟିଲାଗଡ଼,୨୪/୦୮(ଜେଏନ୍ଏସ୍): ଟିଟିଲାଗଡ ଡି.ଏ.ଭି. କଲେଜ ସମ୍ମୁଖରେ ଥିବା ଏକ ଅନଲାଇନ କମ୍ପ୍ୟୁଟର ସେଣ୍ଟରରେ ଛାତ୍ରଛାତ୍ରୀଙ୍କ ଆଡ଼ମିଶନ ଟଙ୍କା ଆତ୍ମସାତ କରାଯାଇଥିବା ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ଆଡ଼ମିଶନ ପାଇଁ ଉଦ୍ଧିଷ୍ଟ ଅନଲାଇନ ପ୍ରକ୍ରିୟା ଯୋଗୁଁ  କମ୍ପୁଟର ସେଣ୍ଟର ଖୋଲି କିଛି ଦଲାଲ ଛାତ୍ରଛାତ୍ରୀଙ୍କ ଟଙ୍କା ଆତ୍ମସାତ କରୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ସ୍ଥାନୀୟ ଡି.ଏ.ଭି. ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ବିଭାଗର ଛାତ୍ରଛାତ୍ରୀ ପରବର୍ତ୍ତୀ ଶ୍ରେଣୀକୁ ଯିବା ପାଇଁ ନିୟମ ଅନୁଯାୟୀ ଅନଲାଇନ ମାଧ୍ୟମରେ ୪ ହଜାର ଟଙ୍କା ଲେଖାଏଁ କଲେଜ ସମ୍ମୁଖରେ ଥିବା ଏକ କମ୍ପ୍ୟୁଟର କେନ୍ଦ୍ରର ପରିଚାଳକ ଅବିନାଶ ସାହୁଙ୍କୁ ଦେଇଥିଲେ । ତେବେ ଏହି ଛାତ୍ରଛାତ୍ରୀଙ୍କୁ ଫିଜ ଭରି ନଥିବା ନେଇ କଲେଜ ପକ୍ଷରୁ ନୋଟିସ ଆସିବା ପରେ ସଂପୃକ୍ତ କମ୍ପ୍ୟୁଟର କେନ୍ଦ୍ର ମାଲିକ ଅବିନାଶ ସାହୁ ଚଞ୍ଚକତା କରି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଶଙ୍କର ମେହେର, ରୋଶନ ବେହେରା, ଅନୁପ ସାହୁ, ସ୍ମରଣିକା ପୁଟେଲ, ସରିତା ମାଝୀ, ରୋଜି କୁମ୍ଭାର ପ୍ରମୁଖ ଛାତ୍ରଛାତ୍ରୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଥାନାଧିକାରୀ ବିଶ୍ୱଜିତ ମନବୋଧ କହିଛନ୍ତି । 

LEAVE A REPLY

Please enter your comment!
Please enter your name here