କମ୍ବୁପାଣି ପାଢ଼ୀ ଓଡ଼ିଶା ଆଇନଜୀବୀ ପରିଷଦ ସଦସ୍ୟ ନିର୍ବାଚିତ

ଟିଟିଲାଗଡ,୧୭/୧୧(ଜେଏନଏସ),ଟିଟିଲାଗଡ ସହରର ବରିଷ୍ଠ ଆଇନଜୀବୀ କମ୍ବୁପାଣୀ ପାଢ଼ୀ ଓଡ଼ିଶା ଆଇନଜୀବୀ ପରିଷଦ ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି। ପରିଷଦ ର ସଦସ୍ୟ ଥିବା ପୀତବାସ ପଣ୍ଡା ଙ୍କ ବିୟୋଗ ପରେ ଏହି ପଦବୀ ପାଇଁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇ ଗତ ୧୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ଆଇନଜୀବୀ ଆଭାସ ମହାନ୍ତି ଓ କମ୍ବୂପାଣି ପାଢ଼ୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବାବେଳେ ଶ୍ରୀ ପାଢ଼ୀ ପରିଷଦ ର ୨୪ ଜଣ ସଦସ୍ୟ ଙ୍କ ମଧ୍ୟରୁ ୧୬ ଜଣ ସଦସ୍ୟ ଙ୍କ ସମର୍ଥନ ପାଇ ନିର୍ବାଚିତ ହୋଇଥିଲେ।ଏହି ଅବସରରେ ପରିଷଦ ଅଧ୍ୟକ୍ଷ ଶ୍ରୀ ସିତାଂଶୁ ମୋହନ ଦ୍ବିବେଦୀ ଶ୍ରୀ ପାଢ଼ୀ ଙ୍କୁ ଅଭିନନ୍ଦନ ଜ୍ଞାପନ ସହ ସମ୍ବର୍ଦ୍ଧିତ କରିଥିବା ବେଳେ ଟିଟିଲାଗଡ ବିଧାୟକ ନବୀନ ଜୈନ,ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ ପ୍ରମୁଖ ଙ୍କ ସହ ସହରର ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles