ସର୍ବଭାରତୀୟ ଜୁନିଅର ରେଙ୍କିଙ୍ଗ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା

0
112

ଭୁବନେଶ୍ୱର,୦୪/୦୮ (ଜେଏନ୍ଏସ୍) : ସ୍ଥାନୀୟ ବିଜୁପଟ୍ଟନାୟକ ଇଣ୍ଡୋର ଷ୍ଟେଡ଼ିଅମ ଠାରେ ଗତ ୧ ତାରିଖ ରୁ ଚାଲିଥିବା ସର୍ବଭାରତୀୟ ଜୁନିଅର ରେଙ୍କିଙ୍ଗ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାର ମୁଖ୍ୟ ଡ୍ର ର ଖେଳ ରବିବାର ଆରମ୍ଭ ହୋଇଯାଇଛି । କ୍ୱାଲିଫାଇଙ୍ଗ ରାଉଣ୍ଡରୁ ଯୋଗ୍ୟତା ପାଇଥିବା, ମୁଖ୍ୟ ଡ୍ର ପାଇଁ ପୂର୍ବରୁ ମାନ୍ୟତା ଭିତ୍ତିରେ ଯୋଗ୍ୟ ଥିବା ଏବଂ ୱାଇଲ୍ଡ କାର୍ଡ ମାଧ୍ୟମରେ ଓଡିଶାରୁ ସ୍ଥାନିତ ଖେଳାଳୀମାନଙ୍କ ମଧ୍ୟ ଆଜିର ଖେଳ ସଂଘର୍ଷ ପୂର୍ଣ୍ଣ ଥିଲା l

ବାଳକ ସିଙ୍ଗଲରେ ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ଖେଳାଳୀ ଛତିସ ଗଡ଼ର ରୋନକ ଚୌହାନ କର୍ଣ୍ଣାଟକର ଦ୍ୟାନ ସନ୍ତୋଷଙ୍କୁ ୨୧-୧୩, ୨୧-୧୭ ପଏଣ୍ଟରେ, ବାଳିକା ସିଙ୍ଗଲରେ ଆନ୍ଧ୍ର ପ୍ରଦେଶର ସୂର୍ଯ୍ୟା ଚାରିସ୍ମା କର୍ଣ୍ଣାଟକର ଲକ୍ଷା ରାଜେଶଙ୍କୁ ୨୧-୧୬, ୨୧-୧୪ପଏଣ୍ଟରେ, ବାଳକ ଡବଲସରେ ତାମିଲନାଡୁ ଯୋଡି ବିନାୟକ ରାମ ଓ ସ୍ୱସ୍ତିକ ଛତିଶଗଡ ଯୋଡି ପ୍ରକାଶ ଶ୍ରୀବାସ୍ତବ ଓ ରୁଦ୍ର ଠାକୁର ଯୋଡିଙ୍କୁ ୨୧-୯, ୨୧-୧୫ ପଏଣ୍ଟରେ, ବାଳିକା ଡବଲସରେ ଉତ୍ତରାଖଣ୍ଡର ଗାୟତ୍ରୀ ଓ ମନସା ରାୱତ ଯୋଡି ଦିଲ୍ଲୀର ନେଇନା ଚୌହାନ ଓ ଏଞ୍ଜେଲିନାଙ୍କୁ ୨୧-୮, ୨୧-୧୨ ପଏଣ୍ଟସରେ, ମିକ୍ସଏଡ଼ ଡବଲ୍ସରେ ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା ଯୋଡି ଭାର୍ଗବ ଓ ଭେନଲା. କେ ତାମିଲନାଡୁର ଅରୁଥ୍ରା କାନଗଏ ଓ ହାସିନୀ. ଏସ୍ ଯୋଡିଙ୍କୁ ସଂଘର୍ଷ ପୂର୍ଣ୍ଣ ତିନୋଟି ସେଟ ୧୦-୨୧, ୨୧-୧୭,୨୧-୧୪ ପଏଣ୍ଟରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ କୁ ଉନ୍ନୀତ ହୋଇଛନ୍ତି । ୱାଇଲ୍ଡ କାର୍ଡ ଏଣ୍ଟ୍ରି ପାଇଥିବା ସମସ୍ତ ଓଡିଶା ବାଳିକା ଖେଳାଳୀ ପ୍ରଥମ ରାଉଣ୍ଡରେ ଚିତ୍ତାକାର୍ଶକ ଖେଳ ପ୍ରଦର୍ଶନକରି ତାଙ୍କ ପ୍ରତିଦ୍ଵନ୍ଦୀ ମିଜୋରାମର ଲାଲ ରିଙ୍କିନିଙ୍କୁ ୨୨-୨୦,୧୮ -୨୧ଓ ୨୧-୧୫ ପଏଣ୍ଟରେ ପରାସ୍ତ କରି ବିଜୟୀ ହୋଇଥିବା ବେଳେ ମହିଳା ଖେଳାଳୀ ବିଶାଖା ଟପ୍ପୋ ମିକ୍ସଏଡ଼ ଡବଲସରେ ନିଜ ସାଥି ଖେଳାଳୀ ତେଲେଙ୍ଗାନାର ଗୋବୁରୁଙ୍କ ସହ ପ୍ରତିଦ୍ଵନ୍ଦୀ ଦିଲ୍ଲୀର ଦକ୍ଷ ଓ ଗାର୍ଗୀଙ୍କୁ ୨୧-୯,୨୧-୧୨ ପଏଣ୍ଟ ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ଗୀତାଶ୍ରୀ ଦେ ଓ ବିଶାଖା ଟପ୍ପୋ ବ୍ୟତୀତ ବାକି ୱାଇଲ୍ଡ କାର୍ଡ ଏଣ୍ଟ୍ରି ପାଇଥିବା ଓଡିଶା ଖେଳାଳୀ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here