ସ୍କୁଲ ପୋଷାକ ବଣ୍ଟନ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ

0
110

ଟିଟିଲାଗଡ଼,୨୨/୦୯,(ଜେଏନଏସ), ଚଳିତ ଶିକ୍ଷାବର୍ଷରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଏଯାବତ୍ ସ୍କୁଲ ପୋଷାକ ବଣ୍ଟନ କରାଯାଇ ନ ଥିବା ଏବଂ ଏହି ପ୍ରକ୍ରିୟାରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ ଉଠିଛି । ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ ପାଇଁ ବିଭାଗ ପକ୍ଷରୁ ଚଳିତ ବର୍ଷ ଜିଲ୍ଲାର ପ୍ରାଥମିକ ଓ ୟୁଜି ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପୋଷାକ ବଣ୍ଟନ ପାଇଁ ଟେଣ୍ଡର ଆହ୍ଵାନ କରାଯାଇଛି । ବିଜ୍ଞପ୍ତି ପ୍ରକାଶ ପରେ ବିଭିନ୍ନ ଏସଏଚଜି ଓ ଏମଏସଏମଇ ୟୁନିଟ ଏଥିପାଇଁ ଆବେଦନ କରିଛନ୍ତି । ନିୟମାବଳୀ ଅନୁଯାୟୀ ସ୍ଥାନୀୟ ବିଡ଼ିଓଙ୍କ ଅଧ୍ୟକ୍ଷତାରେ ସିଡିପିଓ, ଆଇପିଓ, ବିଇଓ, ଏବିଇଓଙ୍କୁ ନେଇ ଏକ ଯାଞ୍ଚ କମିଟି ଗଠିତହୋଇ ଚୟନ ଗୋଷ୍ଠୀଙ୍କ ବିଷୟରେ ଏବଂ ସଂପୃକ୍ତ ଗୋଷ୍ଠୀ ଯୋଗାଉଥିବା ପୋଷାକର ଗୁଣବତ୍ତା, ମାନ ନିରୂପଣ ଉପରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବେ । ତେବେ ସଇଁତଳା ବ୍ଲକରେ ଏଥିରେ ବ୍ୟତିକ୍ରମ ଦେଖାଯାଇଥିବା ଅଭିଯୋଗ ହୋଇଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ ଚୟନ ପ୍ରକ୍ରିୟା ଉକ୍ତ କମିଟି ଦ୍ୱାରା ଚୂଡ଼ାନ୍ତ ହୋଇ ନ ଥିବା ବେଳେ ପାଟଣାଗଡ଼ର ଜଣେ ବ୍ୟବସାୟୀଙ୍କୁ ବିଭାଗୀୟ ଅନୁକମ୍ପା ଦେଖାଇ ଏହି କାର୍ଯ୍ୟାଦେଶ ଦେବାକୁ ସ୍ଥିର କରାଯାଇଥିବା ଅଭିଯୋଗ ହୋଇଛି । ଚୟନ ପ୍ରକିୟାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଘଟଣାକୁ ନେଇ ସଇଁତଳା ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଏହାକୁ ଅସ୍ଵୀକାର କରିବା ସହ ଚୟନ ପ୍ରକ୍ରିୟା ଚୂଡ଼ାନ୍ତ ହୋଇ ନଥିବା ଏବଂ ଚୟନ କମିଟି ଦ୍ୱାରା ସ୍ୱଚ୍ଛତା ଅବଲମ୍ବନ କରାଯିବା ନେଇ ପ୍ରକାଶ କରିଛନ୍ତି । 

LEAVE A REPLY

Please enter your comment!
Please enter your name here