ପଞ୍ଚାୟତ କାର୍ଯ୍ୟାଳୟରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ; କାର୍ଯ୍ୟନିର୍ବାହୀ ଅଧିକାରୀ ଗିରଫ ।

0
145

ଟିଟିଲାଗଡ଼,୧୦/୦୮(ଜେଏନ୍ଏସ୍) : ସଇଁତଳା ବ୍ଲକ ଅନ୍ତର୍ଗତ ଡ଼େଙ୍ଗ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷୟ ମହାନ୍ତି ନିଜ କାର୍ଯ୍ୟାଳୟ ପରିସରରେ ଜଣେ ହିତାଧିକାରୀ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଛନ୍ତି । ସୂଚନା ଅନୁଯାୟୀ ଡେଙ୍ଗ ପଞ୍ଚାୟତର ଜଣେ ମହିଳା ହିତାଧିକାରୀ ଆବାସ ଯୋଜନା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିବା ବେଳେ ଶ୍ରୀ ମହାନ୍ତି ତାଙ୍କୁ ଅସଦାଚରଣ କରିଥିଲେ । ଏହି ଘଟଣାର ଏକ ଭିଡିଓ ଆଜି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ଦେଖିବାକୁ ମିଳିଛି ।

ପୀଡ଼ିତା ମହିଳାଙ୍କ ଅଭିଯୋଗ ଭିତ୍ତିରେ ସଇଁତଳା ଥାନାରେ ଏକ ମାମଲା ରୁଜୁ ହୋଇ ଶ୍ରୀ ମହାନ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନା ମଞ୍ଜୁର ହେବାରୁ ଟିଟିଲାଗଡ଼ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଅପରପକ୍ଷରେ ଭାଇରାଲ୍ ଭିଡିଓ ଟି କିଛି ମାସ ପୂର୍ବର ହୋଇଥିବା ଏବଂ ଏହାକୁ ବର୍ତ୍ତମାନ ଭାଇରାଲ କରାଯାଇଥିବା ସୂଚନା ମିଳିଛି । ତେବେ ପୀଡ଼ିତାଙ୍କ ଅଭିଯୋଗ ପରେ ବଲାଙ୍ଗିର ଏସ୍.ପିଙ୍କ ନିର୍ଦ୍ଦେଶ କ୍ରମେ ସଇଁତଳା ପୁଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଏସଡିପିଓ ଅଙ୍କିତା କୁମ୍ଭାର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here