ଜି.ଇ.ଡି. କାର୍ଯ୍ୟାଳୟ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

0
54

ଟିଟିଲାଗଡ଼,୨୪/୧୧,(ଜେଏନ୍ଏସ୍),ପୂର୍ତ୍ତ ବିଭାଗ ଅନ୍ତର୍ଗତ ଟିଟିଲାଗଡ଼ ସ୍ଥିତ ଜେନେରାଲ ଇଲେକ୍ଟ୍ରିକାଲ ଡିଭିଜନ (ଜିଇଡି)କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ହେଉଥିବା ବାରମ୍ବାର ଅଭିଯୋଗ ହୋଇଛି । ଟିଟିଲାଗଡ଼,କଣ୍ଟାବାଞ୍ଜି ଓ ପାଟଣାଗଡ଼ ଅନ୍ତର୍ଗତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ କୋଠାର ରକ୍ଷଣାବେକ୍ଷଣ ତଥା ଆଭ୍ୟନ୍ତରୀଣ ବିଦ୍ୟୁତ୍ କାର୍ଯ୍ୟ ପାଇଁ ଉଦ୍ଧିଷ୍ଟ ଏହି କାର୍ଯ୍ୟାଳୟ ପକ୍ଷରୁ ବିନା ଟେଣ୍ଡରରେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ ହେଉଥିବା ନଜିର ରହିଛି ।ଟିଟିଲାଗଡ଼, କଣ୍ଟାବାଞ୍ଜି ଓ ପାଟଣାଗଡ଼ ଅଞ୍ଚଳ ପାଇଁ ଗୋଟିଏ ମାତ୍ର ବିଭାଗୀୟ ଯନ୍ତ୍ରୀ ରହିଛନ୍ତି । ଯାହା ଫଳରେ ଦୁର୍ନୀତି ବ୍ୟାପକ ହୋଇଥିବା ଅଭିଯୋଗ ହୋଇଛି । ବିଭାଗୀୟ ଯନ୍ତ୍ରୀ ଓ ନିର୍ଦ୍ଧିଷ୍ଟ କିଛି ଠିକାଦାର ମିଶି ଟେଣ୍ଡର ପ୍ରକ୍ରିୟାକୁ ଅଣଦେଖା କରି ସମସ୍ତ କାମ ସହଭାଗିତାରେ କରୁଥିବା କିଛି ଠିକାଦାର ଅଭିଯୋଗ କରିଛନ୍ତି । ଜଣେ ଶିକ୍ଷକ ଓ ଜଣେ କମ୍ପାନୀ କର୍ମଚାରୀ ଠିକାଦାର ସାଜି ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ମଧୁଚନ୍ଦ୍ରିକା ଯୋଗୁଁ ଏହି ବିଭାଗ ଅନ୍ତର୍ଗତ ସମସ୍ତ ଠିକା କାମ ହାତେଇ ଥିବା ଅଭିଯୋଗ ହୋଇଛି । କିଛିଦିନ ପୂର୍ବରୁ କଣ୍ଟାବାଞ୍ଜି ସ୍ଥିତ ପୂର୍ତ୍ତବିଭାଗ ମଣ୍ଡଳ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ ହୋଇଥିବା ବେଳେ ସଂପୃକ୍ତ କାର୍ଯ୍ୟାଳୟର ଦୁର୍ନୀତି ପେଡ଼ି ଖୋଲିବା ଆରମ୍ଭ ହୋଇଛି ।ଏହି ବିଭାଗ ଅନ୍ତର୍ଗତ ସ୍ଥାନୀୟ ଜିଇଡି କାର୍ଯ୍ୟାଳୟ ଦ୍ଵାରା କରାଯାଇଥିବା ବିଭିନ୍ନ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି । ଗତ ନିର୍ବାଚନ ସମୟରେ ଏସ୍ ଡି ଏଚ୍ ଠାରୁ ନୂତନ ଏସି କାଢି ଭୋଟ ଗଣତି କେନ୍ଦ୍ର କରାଯାଇଥିବା ଡିଏଭି କଲେଜରେ ଲଗାଯାଇଥିଲା । ପରେ ଅନୁରୂପ ଭାବରେ ତାହା ପୁଣି ଏସ୍ ଡି ଏଚ୍ ରେ ସ୍ଥାପିତ କରାଗଲା । ଏହି ପ୍ରକ୍ରିୟାରେ ବ୍ୟାପକ ଦୁର୍ନିତୀ ଅଭିଯୋଗ ହୋଇଛି । ଏଥିସହ ଏମ୍ ସି ଏଚ୍ ଠାରେ ଲଗାଯାଇଥିବା ୫୦୦ କେଭି ଟ୍ରାନସଫର୍ମର ନିମ୍ନମାନର ଯୋଗୁଁ ୨ ଥର ପୋଡ଼ି ସାରିଥିବା ବେଳେ ୩୩ କେଭି ଲିମ୍ବସ ମଧ୍ୟ ଇତିମଧ୍ୟରେ ୨ ଥର ପୋଡ଼ି ସାରିଛି । ୩୦ ଲକ୍ଷ ଟଙ୍କାର ଲଗାଯାଇଥିବା ସୋଲାର ଲାଇଟ ମଧ୍ୟ ଅଚଳ ହୋଇ ପଡ଼ିଛି । ସେହିପରି ଅଫିସ କାର୍ଯ୍ୟାଳୟ ଗୋଦାମ ଗୃହ ଓ ଠିକାଦାରଙ୍କ ବାସସ୍ଥଳୀ ପାଲଟିଥିବା ବାରମ୍ବାର ଅଭିଯୋଗ ହୋଇଛି । ଅଭିଯୋଗକୁ ନେଇ ବିଭାଗୀୟ ଏସ ଡି ଓ ବିଚିତ୍ର କୁମାର ସେଠୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସେ ସମସ୍ତ ଅଭିଯୋଗକୁ ଗୁରୁତର ଭାବରେ ନିଆଯିବା ସହ ସେ ନିଜେ ତର୍ଜମା କରି ଆବଶ୍ୟକସ୍ଥଳେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସ୍ପଷ୍ଟ କରିଛନ୍ତି। 

LEAVE A REPLY

Please enter your comment!
Please enter your name here