ମହଙ୍ଗା ପଡ଼ିଲା ଜିଲ୍ଲାପାଳଙ୍କୁ ଲାଞ୍ଚ ଉଦ୍ୟମ : ଅମ୍ବୁଜା ସିମେଣ୍ଟ ଅଧିକାରୀ ଗିରଫ

0
100

ବରଗଡ଼,୧୨/୦୯,(ଜେଏନଏସ), ବରଗଡ଼ ଜିଲ୍ଲାପାଳଙ୍କୁ ଲାଞ୍ଚଦେବା ଉଦ୍ୟମ ଅଭିଯୋଗରେ ଅମ୍ବୁଜା ସିମେଣ୍ଟର ଅଧିକାରୀ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟାରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ଛତିଶଗଡ଼ ଅମ୍ବୁଜା ସିମେଣ୍ଟର ମୁଖ୍ୟ ନିର୍ମାଣ ଅଧିକାରୀ ରାମଭକ୍ତ ଗଟ୍ଟୁ ୨ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ଉଦ୍ୟମ କରିଥିଲେ । ଅଭିଯୁକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟରେ ଫୁଲତୋଡ଼ା ସହ ମିଠା ପ୍ୟାକେଟ ଭିତରେ ୨ ଲକ୍ଷ ଟଙ୍କା ରଖି  ଜିଲ୍ଲାପାଳଙ୍କୁ ଦେଉଥିବା ସମୟରେ ଜିଲ୍ଲାପାଳ ପିଅନକୁ ଡାକି ଉକ୍ତ ମିଠା ପ୍ୟାକେଟ ଖୋଲିବାକୁ କହିଥିଲେ । ଟଙ୍କା ବାହାରିବା ପରେ ଅଭିଯୁକ୍ତଙ୍କୁ ଅଟକ ରଖାଯାଇ ବରଗଡ଼ ଭିଜିଲାନ୍ସକୁ ସୂଚନା ଦିଆଯାଇଥିଲା ।ସମ୍ବଲପୁର ଭିଜିଲାନ୍ସ ଏସ ପି ଙ୍କ ନିର୍ଦ୍ଦେଶରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ମିଳିଛି । 

LEAVE A REPLY

Please enter your comment!
Please enter your name here