ପଲ୍ଲୀ ରୁ ଦିଲ୍ଲୀକୁ ବାଉଁଶ କାରିଗର ନଳିନୀଙ୍କୁ ନିମନ୍ତ୍ରଣ

0
119

ଟିଟିଲାଗଡ଼,୦୪/୦୮ (ଜେଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ଝାରସମରା ଗାଁର ବାଉଁଶ କାରିଗର ନଳିନୀ ପ୍ରଧାନଙ୍କୁ ସ୍ଵାଧୀନତା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ଆସିଛି । ସରକାରଙ୍କ ବିଶ୍ଵକର୍ମା ଯୋଜନା ଅନ୍ତର୍ଗତ ନଳିନୀ ବାଉଁଶ ତିଆରି ଘରୋଇ ଉପକରଣ ସାମଗ୍ରୀ ତିଆରି କରିବାକୁ ପ୍ରଶିକ୍ଷଣ ନେଇ ଆତ୍ମନିର୍ଭରଶୀଳ ହେବାସହ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି । ଏହି ପ୍ରତିଭା ପାଇଁ ପଲ୍ଲୀ ରୁ ଦିଲ୍ଲୀ ଯିବାକୁ ରାଷ୍ଟ୍ରପତି ଭବନ ରୁ ନିମନ୍ତ୍ରଣ ଆସିଥିବା ଯୋଗୁଁ ତାଙ୍କ ପରିବାର ସହ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଦେଖାଦେଇଛି । ସ୍ଥାନୀୟ ସରପଞ୍ଚଙ୍କ ସହ ବିଧାୟକ ନବୀନ ଜୈନ ନଳିନୀଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇବା ସହ ଏହା ଆଗାମୀ ଦିନରେ ଆହୁରୀ ମହିଳାଙ୍କୁ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here