ସାମ୍ବାଦିକ ସତ୍ୟନାରାୟଣ ବେହେରା ଙ୍କ ୮୬ ତମ ଜୟନ୍ତୀ ପାଳିତ

ବଲାଙ୍ଗୀର,୨୪ା୮(ଜେଏନଏସ), ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ରବିବାର ସ୍ବର୍ଗତ ସାମ୍ବାଦିକ ସତ୍ୟ ନାରାୟଣ ବେହେରା ଙ୍କ ୮୬ ତମ ଜୟନ୍ତୀ ପାଳିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ସତ୍ୟନାରାୟଣ ସ୍ମୃତିକମିଟି ସଭାପତି ପ୍ରଦୀପ୍ତ କୁମାର ମିଶ୍ରଙ୍କ ସଭାପତିତ୍ବ ଓ ସଂପାଦକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ” ନାରୀ ନିର୍ଯାତନା ଓ ସଶକ୍ତିକରଣ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି।କାର୍ଯ୍ୟକ୍ରମ ରେ ସାହିତ୍ୟିକ,କବି ତଥା ଦକ୍ଷ ପ୍ରଶାସକ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ ମୁଖ୍ୟଅତିଥି,ବଲାଙ୍ଗୀର ପୌର ଅଧ୍ୟକ୍ଷା ଲିକା ସାହୁ ସମ୍ମାନିତ ଅତିଥି, ସାମ୍ବାଦିକା ରାଜଶ୍ରୀ ସାହୁ ଓ ନିଳିମା ପ୍ରୀୟଦର୍ଶିନୀ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ। ସମାଜରେ ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା କୁ କେବଳ ଆଇନ ରୋକିପାରିବ ନାହିଁ।ସମାଜ ନିଷ୍କ୍ରିୟ ହେଲେ କଳଙ୍କିତ ନିର୍ଯ୍ୟାତିତ ସମସ୍ୟା ବୃଦ୍ଧି ପାଏ।ସମାଜ ସଚେତନତା ଓ ପ୍ରତିକ୍ରୀୟାଶୀଳ ହୋଇ ପ୍ରତିବାଦ କଲେ ଏଥିରେ ଅଙ୍କୁଶ ଲଗାଯାଇ ପାରିବ ବୋଲି ମୁଖ୍ୟଅତିଥି ଡ.ସାହୁ ଉଲ୍ଲେଖ କରିଥିଲେ। ଆତ୍ମବିଶ୍ୱାସ,ଚରିତ୍ରବାନ ଓ ସଚେତନଶିଳତା ହିଁ ନାରୀକୁ ସଫଳତା ପ୍ରଦାନ କରିବା ସହ ନାରୀ ନିର୍ଯ୍ୟାତନା ରୋକିବାରେ ସହାୟକ ହୋଇପାରିବ ବୋଲି ଅନ୍ୟ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ସୃତି କମିଟି ପକ୍ଷରୁ ଡ.ନୃପରାଜ ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦେଇ “ସତ୍ୟନାରାୟଣ ବେହେରା ସ୍ମୃତିସମ୍ମାନ” ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବଲାଙ୍ଗୀର ନାଗରିକ କମିଟିର ସଭାପତି ଡ.ଶ୍ରୀକର ମିଶ୍ର,ଲେଖିକା ଡ.ମଞ୍ଜୁବାଳା ପଣ୍ଡା,ଡ଼ ବେଣୁଧର ପାଣ୍ଡେ,ସାମ୍ବାଦିକ ସଂଘର ସଭାପତି ଶିବପ୍ରସାଦ ପରିଡା,ପୂର୍ବତନ ସଭାପତି ଦିଲିପ ପୁରୋହିତ,ହରିନାରାୟଣ ପୂଝାରୀ,ଅରୁଣ ମିଶ୍ର, ସୁଭାଷ ଚନ୍ଦ୍ର ପଣ୍ଡା,ଶରତ ମିଶ୍ର,ଆନନ୍ଦ ସାହୁ,ସନ୍ଦିପ କୁଅଁର, ତରୁଣ ସାହୁ,ଦୀପକ ପୁରୋହିତ,ଶରତ ମହାକୁର,ରଞ୍ଜିତ ବେହେରା, ସୁନିଲ ମହାନ୍ତି,ଯୁଧିଷ୍ଟିର ମେହେର, ଗୁପ୍ତେଶ୍ୱର ପୃଷ୍ଟି, କ୍ରୀଡାସଂସଦର କୃଷ୍ଣଚନ୍ଦ୍ର ପଣ୍ଡା,ସୁଧିର ପଣ୍ଡା,ପଦ୍ମଲୋଚନା ଆଚାର୍ଯ୍ୟ,କବି ଭାଗିରଥି ମିଶ୍ର,ସନାତନ ଠାକୁର,ଶଶିଭୂଷଣ ତ୍ରୀପାଠୀ, ହିମାନୀ ତ୍ରୀପାଠୀ,ରଶ୍ମିତା ପାତ୍ର,ସୁଧାକର ବେହେରା, ସୁନିଲ ବେହେରା ପ୍ରମୁଖ ଙ୍କ ସହ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ଶେଷରେ ସାମ୍ବାଦିକ ବିଭୁ କଲ୍ୟାଣ ଗଡତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles