ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

0
57

ଟିଟିଲାଗଡ଼,୧୩/୦୧/୨୦୨୫,(ଜେଏନ୍ଏସ୍),ସ୍ଥାନୀୟ ବି.ଆର୍.ସି.ସି. ବିଲଡିଙ୍ଗ ପରିସରରେ ରବିବାର ଟିଟିଲାଗଡ଼ ପ୍ରାଥମିକ ଶିକ୍ଷକ ସଂଘର ଚତୁର୍ଥ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି, ପୌରନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରକାର, ବ୍ଲକ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ, ଅତିରିକ୍ତ ଶିକ୍ଷା ଅଧିକାରୀ ଅଭିରାମ ମାଝୀ ଓ କୋଦଣ୍ଡ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଦେଶର ବିକାଶ ପାଇଁ ଶିକ୍ଷାର ବିକାଶ ଆବଶ୍ୟକ ଓ ଏଥିପାଇଁ ଗୁରୁଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବା ମୁଖ୍ୟ ଅତିଥି ଶ୍ରୀ ଜୈନ ପ୍ରକାଶ କରିଥିଲେ । ଏହି ଅବସରରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରେ ଆବଶ୍ୟକୀୟ ସୁବିଧା ଉପଲବ୍ଧ କରାଇବାକୁ ବିଧାୟକ କହିଥିଲେ । ସଂଘ ସଭାପତି ପଞ୍ଚାନନ ଗଡ଼ତ୍ୟା ସଭାର ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ଶିକ୍ଷକ ବିଶ୍ୱନାଥ ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସଙ୍ଗଠନର ଉପଦେଷ୍ଟା ଭିଲୁ ଦାଶ ଅତିଥି ପରିଚୟ ପ୍ରଦାନ ଓ ଉପଦେଷ୍ଟା ରଞ୍ଜନ ଚାନ୍ଦ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଂଘର ସାଧାରଣ ସମ୍ପାଦକ ସୁଶାନ୍ତ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟତ୍ରୀ ପବିତ୍ର ବେହେରା, ସନ୍ଧ୍ୟାରାଣୀ ଦାଶ, ପିନାକୀ ମିଶ୍ର, ପ୍ରେମରାଜ ଛତ୍ରିଆ, କଲ୍ୟାଣୀ ଦାଶ, ହେମନ୍ତ ଶର୍ମା, ନିତ୍ୟାନନ୍ଦ ହୋତା, କୃଷ୍ଣଚନ୍ଦ୍ର ତ୍ରିପାଠୀ, ଦିଗାମ୍ବର ବେହେରା, ସନ୍ଧ୍ୟାରାଣୀ ପଟ୍ଟନାୟକ, ଭାରତୀ ମିଶ୍ର, ଜାନକୀ ପଣ୍ଡା, ଘନଧ୍ୱଜ ପ୍ରଧାନୀ, ସଙ୍ଗୀତା ସାହୁ, ଧ୍ରୁବ ଚରଣ ଦୋରା, ସଂଯୁକ୍ତା ପଟ୍ଟନାୟକ, ପ୍ରତିଭା ମଞ୍ଜରୀ ଦାଶ, ଅନସୂୟା ମିଶ୍ର, ନେତ୍ରାନନ୍ଦ ବେହେରା, ଲମ୍ବୋଦର ଛତର, ତପସ୍ୱିନୀ ଦାଶ, ମକର ବାରିକ, ଜ୍ୟୋତିର୍ମୟୀ ଦାଶ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।  

LEAVE A REPLY

Please enter your comment!
Please enter your name here