୩୨ ତମ ବାର୍ଷିକ ଉତ୍ସବ ଏକାନ୍ତିକା ଅନୁଷ୍ଠିତ

ଟିଟିଲାଗଡ,୩୧/୧(ଜେଏନଏସ),ଟିଟିଲାଗଡ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୩୨ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ବିଦ୍ୟାଳୟ ର ଅଧ୍ୟକ୍ଷ ଗୁରୁବାରୁ ସେନ୍ଦୁରିଆ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ଟିଟିଲାଗଡ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି,ପୂର୍ବତନ କ୍ଳଷ୍ଟର ସମ୍ବଳ କେନ୍ଦ୍ର ସଂଯୋଜିକା ଶାଳିନି ଶତପଥୀ ଓ ମହିଳା ଡିଗ୍ରୀ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମିନୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଦ୍ୟାଳୟ ର ଛାତ୍ରୀ ସମୂହ ଙ୍କୁ ଉତ୍ସାହିତ କରିଥିଲେ।ବିଦ୍ୟାଳୟର ସାଂସ୍କୃତିକ ଅଧିକାରୀ ଶିକ୍ଷୟିତ୍ରୀ ଲିଲି ପ୍ରଧାନ ସଭା ପରିଚାଳନା କରିଥିଲେ। ଅଧ୍ୟକ୍ଷ ଶ୍ରୀ ସେନ୍ଦୂରିଆ ୩୨ ବର୍ଷ ଧରି ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ତୁଲାଇଥିବା ଉଲ୍ଲେଖ କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ଜୈନ ନିଜ ବିଧାୟକ ପାଣ୍ଠି ଅନୁଦାନ ରୁ ଛାତ୍ରୀ ଙ୍କ ପାଇଁ ବିଦ୍ୟାଳୟ ପରିସରରେ ଏକ ଉନ୍ନତ କମନରୁମ୍ ତିଆରି ପାଇଁ ଘୋଷଣା କରିଥିଲେ।ଏହି ଅବସରରେ ଉପଖଣ୍ଡ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଦ୍ୟାଳୟର ଛାତ୍ରୀ ତୃପ୍ତି ସାହୁ ଓ ଅନ୍ୟାନ୍ୟ କୃତ୍ତି ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ବବୁନ କୁମାର ସାହୁ,ଜଗନ୍ନାଥ ପିଡ଼ିକାକା, ବେଲାଳସେନ ନାଏକ,ଅଙ୍କିତା ମେହେର,ଅନନ୍ତ ବିଶ୍ଵାଳ, ଥବିର ସାହୁ,ଅବଳ ମାଝୀ, ମନୀଷ ଦୀପ ପ୍ରମୁଖ ସହଯୋଗ କରିଥିଲେ।ସଭା ଶେଷରେ ଲିପସା ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ। 

 

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles