ଘୋଡାର, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ପାଳନ

0
35

ଟିଟିଲାଗଡ଼,୦୬/୦୩/୨୦୨୫,(ଜେଏନ୍ଏସ୍) : ଟିଟିଲାଗଡ଼ ବ୍ଳକ ସ୍ଥିତ ଘୋଡାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକୋତ୍ସବ – ୨୦୨୫ ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ କୁମାର ହୋତାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଥିଲା । ଶିକ୍ଷକ ରାଧେଶ୍ୟାମ କୁମ୍ଭାରଙ୍କ ପରିଚାଳନାରେ ମୁଖ୍ୟ ଅତିଥି ଶ୍ରୀ କୈଳାସ କୁମ୍ଭାର ଓ ଯୁଗଳ କିଶୋର ଷଡ଼ଙ୍ଗୀ ବର୍ଷୀୟାନ ଶିଶୁ ସାହିତ୍ୟିକ ମୁଖ୍ୟବକ୍ତା, ଜ୍ୟୋତିପ୍ରକାଶ ଗଡ଼ତିଆ ଓ ବବଲୁ ଜାଲ୍ ସି.ଆର୍.ସି.ସି. ସିହିନି ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଶିଶୁମାନଙ୍କ ଭିତରେ ଭରି ରହିଥିବା ସୁପ୍ତଗୁଣାବଳୀର ବିକାଶ ପାଇଁ ବାର୍ଷିକୋତ୍ସବ ଏକ ବଳିଷ୍ଠ ମାଧ୍ୟମ ଏବଂ ନୂତନ ଶିକ୍ଷାନୀତିରେ ସୃଜନଶୀଳତାର ବିକାଶ ତଥା ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ବ୍ୟବସ୍ଥାକୁ ନେଇ ମଞ୍ଚାସୀନ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ । ଶିକ୍ଷୟିତ୍ରୀ ନନ୍ଦିତା ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମରେ ସୁଦର୍ଶନ ମିର୍ଦ୍ଧା, ଅଜୟ କୁମାର ରାଉତ, ଭଞ୍ଜନ କୁମାର ସାହୁ, ପ୍ରମିଳା ମାଝି, ସୁନୀତା ନାଗ, ଗଙ୍ଗୋତ୍ରୀ ବେହେରା, ଯାଜ୍ଞସିନୀ ସାହୁ, ରାଜକିଶୋର ମାଝି, ବ୍ରଜବନ୍ଧୁ ତାକିରୀ ଆଦି ସହଯୋଗ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଓ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here