ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

0
49

ଟିଟିଲାଗଡ଼,୦୮/୦୨/୨୦୨୫,(ଜେଏନ୍ଏସ୍), ଟିଟିଲାଗଡ଼ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୧ତମ ବାର୍ଷିକ  ଉତ୍ସବ “ଏକାନ୍ତିକା” ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି, ପୌରଅଧ୍ୟକ୍ଷା ମମତା ଦେବୀ ଜୈନ, ଅନୁଷ୍ଠାନର ସାଂସ୍କୃତିକ ସଚିବ ଲିଲି ପ୍ରଧାନ, ଅଧ୍ୟକ୍ଷ ଗୁରୁବାରୁ ସେନ୍ଦୁରିଆ ପ୍ରମୁଖ ସମ୍ମାନିତ ଅତିଥି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମିନି ମୁଖ୍ୟବକ୍ତା ଭାବରେ ଯୋଗଦେଇ ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷୟିତ୍ରୀ ପ୍ରତୀକ୍ଷା ବଡ଼ନାୟକ ସଭା ପରିଚାଳନା  କରିଥିଲେ । ଏହି ଅବସରରେ ବିଦ୍ୟାଳୟର ବିଭିନ୍ନ କୃତି ଛାତ୍ରୀଙ୍କୁ ଅତିଥିବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟ ପରିସରରେ ଆଲୋକିକରଣ, ଥଣ୍ଡା ପାନୀୟ ଜଳଯୋଗାଣ ବ୍ୟବସ୍ଥା ଉପଲବ୍ଧ କରାଇବା ସହ ବିଧାୟକ ପାଣ୍ଠିରୁ ୨ଶହ ଛାତ୍ରୀଙ୍କ ପାଇଁ କମନ୍ ରୁମ୍ ଯୋଗାଇଦେବାକୁ ବିଧାୟକ ଶ୍ରୀ ଜୈନ ପ୍ରତିଶୁତି ଦେଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହ ଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ । ସଭା ଶେଷରେ ଶିକ୍ଷୟିତ୍ରୀ ଲୀପସା ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । 

LEAVE A REPLY

Please enter your comment!
Please enter your name here