ଟିଟିଲାଗଡ଼ ଧବଳେଶ୍ଵରପୀଠକୁ ସାଂସଦ ଓ ଗବେଷକଙ୍କ ଆଗମନ

0
44

ଟିଟିଲାଗଡ଼,୦୮.୦୪.୨୦୨୫(ଜେ.ଏନ୍.ଏସ୍.), ଐତିହ୍ୟ ସମ୍ପନ୍ନ ଟିଟିଲାଗଡ଼ ଧବଳେଶ୍ଵରପୀଠକୁ ସୋମବାର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ସହ ଗବେଷକ ଦୈତାରି ମହାପାତ୍ର ଗବେଷଣା ପାଇଁ ଆଗମନ କରିଥିଲେ । କୋଶଳ ରାଜବଂଶର ଇତିହାସ ସହ ସଂପୃକ୍ତ ଏହି ଧବଳେଶ୍ଵର ପୀଠର ଐତିହାସିକ ଗବେଷଣା କରିବା ସହ ଏକ ଗବେଷଣାତ୍ମକ ପୁସ୍ତକ ରଚନା କରିବା ଏହି ଗସ୍ତର ଉଦ୍ଦେଶ୍ୟ ବୋଲି ଶ୍ରୀ ମହାପାତ୍ର ଉଲ୍ଲେଖ କରିଥିଲେ । ଏହି ଗବେଷଣା କ୍ଷେତ୍ରରେ ମନ୍ଦିରର ପୂଜକ ସନତ କୁମାର ପାଢ଼ୀ, ପ୍ରଶାନ୍ତ ପାଢ଼ୀ ପ୍ରମୁଖ ତାଙ୍କୁ ମନ୍ଦିର ଭ୍ରମଣ କରାଇବା ସହିତ କୁମୁଡ଼ା  ପାହାଡ଼ର କିମ୍ବଦନ୍ତୀ ତଥା ବହୁ ଗବେଷଣାତ୍ମକ ତଥ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ତୁଳସୀରାମ ଜଗତ, ବିଭୁତି ଭୁଷଣ ଜେନା ସାଂସଦଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here